fbpx

(Video)ଏପରି ବୁଦ୍ଧି ଖଟାଇଲେ ବୁଲେଟ୍ ମାଲିକ: ରାସ୍ତା ମଝିରେ ଗାଡ଼ି ଛାଡ଼ି ପଳାଇଲେ ଲୁଟେରା

ଓଡ଼ିଶା ଭାସ୍କର: ଆଜିର ଦିନରେ ଗାଡି ଚୋରି ଏକ ସାଧାରଣ ଘଟଣା । ଘର ପାଖରେ ଥୁଆ ହୋଇଥିବା ବାଇକ୍-କାର୍ ଚୋରି କରିବାର ଅନେକ ଦୃଶ୍ୟ ଦେଖିଛେ । ସେଥିରେ ଜୋରଜବରଦସ୍ତ କାର୍ ଓ ବାଇକ୍ ଚୋରି କରୁଥିବା ଭିଡିଓ ବି ରହିଛି । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହିମାଳୟର, ନିଜ ବୁଦ୍ଧି ବଳରେ ଲୁଟେରାଙ୍କୁ ଚକମା ଦେଇଛନ୍ତି ବୁଲେଟ ମାଲିକ । ଗାଡ଼ି ଛାଡ଼ି ଯିବାକୁ ବାଧ୍ୟ ହେଲେ ଦୁଇ ଲୁଟେରା । ଭାଇରାଲ ହେବାରେ ଲାଗିଛି ସିସିଟିଭିରେ କଏଦ ହୋଇଥିବା ଭିଡିଓ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଡେଲିଭରି ଏଜେଣ୍ଟ ଏକ ମୋଟରସାଇକେଲରେ ନିଜ କାମରେ ବ୍ୟସ୍ତ ଅଛନ୍ତି। ଠିକ୍ ସେହି ସମୟରେ ଜଣେ ରୟାଲ ଏନଫିଲ୍ଡ ରାଇଡର୍ ତାଙ୍କ ପାଖଦେଇ ଯାଉଛନ୍ତି। ଅନ୍ୟ ଏକ ମୋଟର ସାଇକେଲରେ ଦୁଇ ଜଣ ଲୁଟେରା ବୁଲେଟ୍ ଚାଳକଙ୍କୁ ପିଛା କରିଥିଲେ। ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ହାତରେ ବୋଧହୁଏ ବନ୍ଧୁକ ଥିଲା। ଏହି କାରଣରୁ ବୁଲେଟ୍ ଚାଳକ ଅଟକିଥିଲେ।

ପଛରେ ବସିଥିବା ଲୁଟେରା ଜଣକ ବାଇକ୍ ରୁ ଓହ୍ଲାଇ ବୁଲେଟ୍ ରାଇଡର୍ ଆଡ଼କୁ ଅସ୍ତ୍ରଶସ୍ତ୍ର ଦେଖାଇବା ଆରମ୍ଭ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ସେ ବାଇକ୍ ରୁ ଦୂରେଇ ଯାଇଥିଲେ। ହେଲମେଟ୍ ଓ ବାଇକ୍ ଦେଇ ସେଠାରୁ ଦୂରେଇଯାଇଥିଲେ । ଏହାପରେ ଜଣେ ଲୁଟେରା ହେଲମେଟ୍ ପିନ୍ଧି ଗାଡି ଉପରେ ବସିଯାଇଥିଲେ। ସେ ମୋଟର ସାଇକେଲରେ ବସିଥିବା ବେଳେ ବୁଲେଟ୍ ମାଲିକ ଦୌଡ଼ି ଆସି ବାଇକ୍ କୁ ଧକ୍କା ଦେଇଥିଲେ। ଲୁଟେରାର ଭାରସାମ୍ୟ ନ ରହିବାରୁ ବାଇକ୍ ଟି ଖସି ପଡ଼ିଥିଲା। ସେ ଉଠି ମାଲିକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମାଲିକ ପଳାଇ ଯାଇଥିଲେ। ପରେ ଏପରି ବାରମ୍ବାର କରିବାରୁ ଲୁଟେରା ଘଟଣାସ୍ଥଳରୁ ଚାଲି ଯାଇଥିଲେ ।

Get real time updates directly on you device, subscribe now.