fbpx
BSKY
BJD MC SKY
BJD YOUTH SKY

(Video) ନୂଆ ଲୁକରେ Captain Cool ମାହି: ହେୟାର ଷ୍ଟାଇଲରେ ସାରା ଭାରତକୁ ବନେଇଦେଲେ ଦିୱାନା

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ, ଭାରତୀୟ କ୍ରିକେଟର ସବୁଠୁ ସଫଳତମ ଅଧିନାୟକ । ତାଙ୍କ ନେତୃତ୍ଵରେ ଭାରତ ୨୦୦୭ରେ ଟି-ଟ୍ଵେଣ୍ଟି ବିଶ୍ଵକପ ସହିତ ୨୦୧୧ରେ ଦିନିକିଆ ବିଶ୍ଵକପ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଉପରେ କବଜା କରିଛି । ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ମଧ୍ୟ ସେ ଚେନ୍ନାଇକୁ ୫ ଥର ଚାମ୍ପିୟନ କରାଇଛନ୍ତି । ତେବେ କ୍ରିକେଟରୁ ବିଦାୟ ନେବା ପରେ ଅଧିକାଂଶ ସମୟରେ ନିଜ ହେୟାର ଷ୍ଟାଇଲକୁ ନେଇ ସେ କୁବ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ନୂଆ ହେୟାର ଷ୍ଟାଇଲ ସାଙ୍ଗକୁ ନୂଆ ଲୁକରେଜ ମାହି ପୁଣିଥରେ ଫ୍ୟାନ୍ସଙ୍କୁ ଚମକାଇ ଦେଇଛନ୍ତି ।

ଇଣ୍ଡିଆନ କ୍ରିକେଟରେ ଲମ୍ବା କେଶ ସହ ସେ ଏଣ୍ଟ୍ରି କରିଥିଲେ । ଏହି ଦିନରୁ ତାଙ୍କ ହେୟାର ଷ୍ୟାଇଲର ଦିୱାନା ହୋଇଯାଇଛନ୍ତି କୋଟି କୋଟି ଭାରତୀୟ । ତେବେ ଭାରତୀୟ ଦଳର ନେତୃତ୍ୱ ପାଇବା ପରେ ସେ ଏହି ହେୟାର କଟ୍ ଛାଡ଼ି ଦେଇଥିଲେ । କିନ୍ତୁ ଏବେ ପୁଣିଥରେ ସେ ପୁରୁଣା ଭିଣ୍ଟେଜ ଲୁକରେ ନଜର ଆସିଛନ୍ତି । ପୁଣିଥରେ ଚୁଟି ବଢାଇ ରକୁତିବାର ନଜର ଆସିଛନ୍ତି କ୍ୟାପଟେନ କୁଲ ମାହି । ଧୋନୀଙ୍କ ଏହି ନୂଆ ହେୟାର ଷ୍ଚାଇଲ ପାଇଁ ସେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ଫଟୋ ଯିଏ ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ସେ ହେଉଛନ୍ତି ଆଲିମ ହକିମ୍ ।

ସେ ନିଜ ଇନଷ୍ଚାଗ୍ରାମରେ ଧୋନୀଙ୍କ ନୂଆ ଲୁକରେ ଏହି ଫଟୋ ସେୟାର କରିଥିଲେ । ଏହି ପୋଷ୍ଟ କରି ସେ କ୍ୟାପ୍ସନୋର ଲେଖିଥିଲେ, ମୁଁ ସର୍ବଦା କୃତଜ୍ଞ ଯେ ମୁଁ ତାଙ୍କ କେଶକୁ ଷ୍ଟାଇଲ କରିଛି । ଆମେ ଅତୀତରେ କିଛି ଅଲଗା ଅଲଗା ହେୟାର ଷ୍ଟାଇଲ କରିଛୁ । କିନ୍ତୁ ଶେଷ ଆଇପିଏଲ୍ ପୂର୍ବରୁ ଯେତେବେଳେ ସମସ୍ତେ ସେମାନଙ୍କର କେଶକୁ ଛୋଟ କରୁଥିଲେ, ସେହି ସମୟରେ ମାହି ଭାଇ ମୋତେ ତାଙ୍କର ଗୋଟିଏ ପୂର୍ବ ଫଟୋ ଦେଖାଇଲେ, ଯାହା ଲମ୍ବା କେଶ ସହିତ ତାଙ୍କର ଏକ ଫ୍ୟାନମେଡ ଇମେଜ୍ ଥିଲା ଏବଂ ମୁଁ ସେହି ଫଟୋ ଦେଖି ଆକର୍ଷିତ ହୋଇ ତାଙ୍କୁ କେଶ ବଢାଇବା ପାଇଁ ଅନୁରୋଧ କଲି । ଆଉ କହିଲି, କେଶ ବଢିବା ପରେ ଆମେ ଏହାକୁ କାଟିବା ଏବଂ ଷ୍ଟାଇଲ୍ କରିବା ।

ଆଜି ତାଙ୍କ ହେୟାର ଷ୍ଟାଇଲ କରିଛି ଏବଂ ଏକ ବିଜ୍ଞାପନର ସୁଟିଂ କରିବା ପୂର୍ବରୁ ଏହି ଫଟୋ କ୍ଲିକ୍ କରି ସେୟାର କରିଛି । ଆଲିମ ହକିମ୍ ଙ୍କ ଏହି ପୋଷ୍ଟ ପରେ ଧୋନୀଙ୍କ ଫ୍ୟାନ୍ସ ଏହି ଫଟୋଗୁଡ଼ିକ ଅନେକ ମାତ୍ରାରେ ସେୟାର କରିବା ସହ ଅନେକ କମେଣ୍ଟ କରିଛନ୍ତି । ଖାଲି ଫ୍ୟାନ୍ସ ନୁହେଁ ବଲିଉଡ଼ କଳାକାର ମଧ୍ୟ ସୋସିଆଲ ମିଡିଆରେ କମେଣ୍ଟ କରିଛନ୍ତି । ତେବେ ଧୋନୀ ୨୦୨୩ ଆଇପିଏଲରେ ନୂଆ ଲୁକରେ ନଜର ଆସିଥିଲେ । ଏବେ ଏହି ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ଆକଳନ କରୁଛନ୍ତି, ଯେ ସେ ଆଗାମୀ ଆଇପିଏଲରେ ପୁରୁଣା ଭିଣ୍ଟେଜ ଲୁକରେ ସହ ପଡ଼ିଆକୁ ଓହ୍ଲାଇପାରନ୍ତି ।

Get real time updates directly on you device, subscribe now.