fbpx

ମହାଦେବ ଆପ୍ ମାମଲା: ଶ୍ରଦ୍ଧା କପୁରଙ୍କୁ ଇଡିର ସମନ, ଆଜି ହୋଇପାରେ ଜେରା, ରଣବୀର ମାଗିଛନ୍ତିି ସମୟ

ନୂଆଦିଲ୍ଲୀ: ମହାଦେବ ବେଟିଙ୍ଗ ଆପ୍ ମାମଲାରେ ଏବେ ବଲିଉଡ କଳାକାରଙ୍କ ନାମ ଯୋଡି ହେବାରେ ଲାଗିଛି । ପ୍ରଥମେ ହାସ୍ୟ ଅଭିନେତା କପିଲ ଶର୍ମା, ଅଭିନେତ୍ରୀ ହୂମା କୂରୈଶୀ, ହୀନା ଖାନ ଏବଂ ରଣବୀର କପୁରଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସମନ ପଠାଇ ଭିନ୍ନ-ଭିନ୍ନ ତାରିଖରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି । ବର୍ତ୍ତମାନ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ସମନ ପଠାଯାଇଛି । ରିପୋର୍ଟ ମୁତାବକ ଆଜି ଶ୍ରଦ୍ଧାଙ୍କୁ ଇଡି କାର୍ଯ୍ୟାଳୟ ଡକାଯାଇ ପଚରା ଉଚରା ହୋଇପାରେ ।

ଏହା ପୂର୍ବରୁ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ମଧ୍ୟ ସମନ ପଠାଯାଇଛି । ତାଙ୍କୁ ୬ ଅକ୍ଟୋବର ଦିନ ରାୟପୂରର କ୍ଷେତ୍ରୀୟ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଉପସ୍ଥିତ ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି ଯେ, ରଣବୀର କପୁର ଦୁଇ ସପ୍ତାହ ସମୟ ମାଗିଛନ୍ତି । ଅଧିକାରୀମାନଙ୍କ କହିବା ଅନୁଯାୟୀ, ତିନି କଳାକାରଙ୍କୁ ସମନ ପଠାଯାଇ ଏଜେନ୍ସିର ରାୟପୂର କାର୍ଯ୍ୟାଳୟରେ ଭିନ୍ନ-ଭିନ୍ନ ତାରିଖରେ ହାଜର ହେବା ଲାଗି କୁହାଯାଇଛି ।

ଇଡି, ପିଏମଏଲଏ ମାଧ୍ୟମରେ ତାଙ୍କ ବିବୃତ୍ତି ଦାଖଲ କରିବ। ଏହି କଳାକାରମାନେ ଏହି ମାମଲାରେ ଅଭିଯୁକ୍ତ ହେବେ ନାହିଁ ବୋଲି ବିଶ୍ୱାସ ରହିଛି। ଏହା ବୁଝାପଡୁଛି ଯେ, ଏହି କଳାକାରମାନେ ମହାଦେବ ବେଟିଂ ଆପକୁ ପ୍ରୋତ୍ସାହିତ କରିଥିଲେ ଏବଂ କିଛି ଆପ୍ ର ପ୍ରମୋଟରଙ୍କ ବିଦେଶୀ ବିବାହରେ ଅତିଥିମାନଙ୍କୁ ମନୋରଞ୍ଜନ କରିଥିଲେ। ଅଭିଯୋଗ ହୋଇଛି ଯେ, ଏହି ସମସ୍ତ ଅଭିନେତା ବିପୁଳ ଟଙ୍କା ନେଇ ଆପକୁ ଜୋରଦାର ପ୍ରୋତ୍ସାହିତ କରିଥିଲେ। ଏହାର ଶିକାର ହୋଇ ଅନେକ ଲୋକ ଏହି ଆପରେ ସେମାନଙ୍କର ପୁରା ଜୀବନର ପୁଞ୍ଜି ବିନିଯୋଗ କରିଥିଲେ ଏବଂ ପରେ ଗରୀବ ହୋଇଗଲେ।

Get real time updates directly on you device, subscribe now.