fbpx
BJD
BJD SKY
BJD SKY

ରୌପ୍ୟରୁ ଭାରତର ଜୟଯାତ୍ରା ଆରମ୍ଭ: ନେପାଳକୁ ହରାଇ ଫାଇନାଲରେ ମହିଳା କବାଡ଼ି ଟିମ୍

BJD

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୬ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ରହିଥିଲା । ଆଜି ଭାରତୀୟ କ୍ରୀଡ଼ାବିତମାନେ ବିଭିନ୍ନ ବିଭାଗରେ ଦେଶ ପାଇଁ ପଦକ ଜିତିବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟରେ ତ୍ରୟୋଦଶ ଦିବସରେ ଭାରତ ପାଇଁ ଆସିଛି ଏକ ଶୁଭ ଖବର । ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ମହିଳା ଦଳ ୬୧-୧୭ରେ ପ୍ରତିପକ୍ଷ ନେପାଳକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ମହିଳା ଟିମର ଏହି ସଫଳତା ପରେ ଭାରତ ରୌପ୍ୟ ପଦକ ସୁନିଶ୍ଚିତ କରିଛି । ଭାରତ ଏହି ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିବାର ଆଶା ରହିଛି ।

ଆଜି ବିଭିନ୍ନ ବିଭାଗରେ ଭାରତର ପଦକ ଜିତିବାର ସମ୍ଭାବନା ରହିଛି । ପୁରୁଷ ସିଙ୍ଗଲସ ସେମିରେ ଏଚଏସ ପ୍ରଣୟ ଓ ପୁରୁଷ ଡବଲ୍ସ ସେମିରେ ଚିରାଗ / ସାତ୍ୱିକ ଲଢ଼େଇ କରିବେ । ହଂକଂ ବିପକ୍ଷରେ ପୁରୁଷ ବ୍ରିଜ ଟିମର ଫାଇନାଲ ସେସନ ଆରମ୍ଭ ହେବ । ବ୍ୟକ୍ତିଗତ ଜମ୍ପିଂରେ ତେଜସ ଧିଙ୍ଗ୍ରା, କିରାତ ସିଂହ, ୟାଶ ନେନ୍ସି ଭାଗନେବେ । ଅପରାହ୍ଣରେ ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲରେ ଜାପାନକୁ ଭେଟିବ । ସେହିପରି କବାଡ଼ିରେ ପୁରୁଷ ଟିମ ପାକିସ୍ତାନକୁ ଓ ମହିଳା ଟିମ୍ ନେପାଳକୁ ଭେଟିବ । ଏଥିସହିତ ଟି-୨୦ ଭାରତୀୟ ପୁରୁଷ କ୍ରିକେଟ ଦଳ ସେମିରେ ବାଂଲାଦେଶକୁ ଭେଟିବ ।

Get real time updates directly on you device, subscribe now.