fbpx

ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର; BMC

ଭୁବନେଶ୍ୱର: ରାଜଧାନୀକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ ଜାରି ରହିଛି । ଯାହାକୁ ନେଇ ଭୁବନେଶ୍ୱର ମହାନଗର ନିଗମଃ(ବିଏମସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ ହେବାକୁ ଯାଉଛି। ସମସ୍ତ ନିରାଶ୍ରୟ ଭିକାରି ମାନଙ୍କୁ ରାସ୍ତା କଡ଼ରୁ ଉଠାଇ ରିହାବିଟେସନ ସେଣ୍ଟରରେ ରଖିବ ବିଏମସି ।

ସୂଚନା ଥାଉକି, ଭିକାରି ମାନଙ୍କୁ ରଖିବା ପାଇଁ ବିଏମସି ପାଖରେ ଜାଗାର ଅଭାବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯେଉଁ ଭିକାରି ନିରାଶ୍ରୟ ସେମାନଙ୍କୁ ବିଗର ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଏଠାରେ ଭିକାରୀଙ୍କ ଚିକିତ୍ସା, ଖାଦ୍ୟ ପେୟ ଓ ରହିବା ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି । ମନ୍ଦିର, ଷ୍ଟେସନ, ବସଷ୍ଟାଣ୍ଡରୁ ଉଦ୍ଧାର କରି ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଏ ନେଇ ୩ ଟା ଟିମ ଗଠନ ହୋଇଛି। ପୁଲିସ, ଏନଜିଓ ଓ ବିଏମସି ଟିମ ମିଳିତ ଭାବେ ଭିକାରି ଉଦ୍ଧାର କାର୍ୟ୍ୟରେ ଲାଗିବେ ବୋଲି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି।

ଅନ୍ୟପଟେ ଯେଉଁ ନିରାଶ୍ରୟ ମାନଙ୍କ ଘର ପରିଚୟ ସଠିକ ମିଳିବ ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବ ବିଏମସି । ଶୀତ ଦିନରେ ବାହାରେ ଆଶ୍ରୟ ଲୋକଙ୍କୁ ମଧ୍ୟ ବିଏମସି ଉଠାଇବ । ସେହିପରି ବାହାର ରାଜ୍ୟରୁ ଆସି ବସଷ୍ଟାଣ୍ଡ ଓ ଟ୍ରାଫିକରେ ପେନ, ବେଲୁନ ଆଦି ଖେଳନା ବିକିବା ଆଳରେ ଯେଉଁମାନେ ଏହି କାର୍ୟ୍ୟରେ ଲିପ୍ତ ସେମାନଙ୍କୁ ମଧ୍ୟ ବିଏମସି ଉଠାଇବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.