fbpx
BJD
BJD SKY
BJD SKY

(Video) ବିଶ୍ୱକପ ପୂର୍ବରୁ ଅଧିନାୟକ ନେଲେ ବଡ଼ ନିଷ୍ପତ୍ତି: ଦଳରୁ ଦୁଇ ଷ୍ଟାର ଖେଳାଳିଙ୍କୁ ଦେଲେ ବାଦ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ନିଜ ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ପାକିସ୍ତାନ କ୍ରିକେଟ ଟିମ୍ ର ୧୫ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ତେବେ ଅଧିନାୟକ ବାବର ଆଜମ୍ ବିଶ୍ୱକପ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୁଇ ଜଣ ଷ୍ଟାର କ୍ରିକେଟରଙ୍କୁ ଦଳରେ ସୁଯୋଗ ଦେଇନାହାନ୍ତି ବାବର । ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବାବରଙ୍କୁ ଅଧିନାୟକ ଭାବରେ ଦାୟିତ୍ୱ ଦେଇଛି ।

ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଅଧିନାୟକ ବାବର ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାବ୍ୟତୀତ ଶାଦବ ଖାନ ଦଳର ଉପ-ଅଧିନାୟକ ଦାୟିତ୍ୱ ପାଇଛନ୍ତି । ତେବେ ପାକିସ୍ତାନ ଦିନିକିଆ ବିଶ୍ୱକପ ପାଇଁ ଏକଦମ୍ ପ୍ରସ୍ତୁତ ଥିବା ଦେଖାଯାଇଛି ।

Get real time updates directly on you device, subscribe now.