fbpx

୩୦ ବର୍ଷ ପରେ ପିତୃପକ୍ଷରେ ପଡୁଛି ଅମୃତ ସିଦ୍ଧି ଯୋଗ , ଏହି ରାଶି ହେବେ ମାଲାମାଲ

୩୦ ବର୍ଷ ପରେ ପିତୃପକ୍ଷରେ ପଡୁଛି ଏହି ଯୋଗ । ହିନ୍ଦୁ ଧର୍ମରେ ପିତୃପକ୍ଷର ବହୁତ ଗୁରୁତ୍ୱ ରହିଛି । ଏହା ଶ୍ରାଦ୍ଧ ପକ୍ଷ ଭାବରେ ବି ଜଣାଯାଏ । ଏହି ସମୟରେ ପରିଜନ ନିଜର ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିଥାନ୍ତି । ଏଥର ପିତୃପକ୍ଷର ଆରମ୍ଭ ୨୯ ସେପ୍ଟେମ୍ବର ଶୁକ୍ରବାର ଠାରୁ ହେବାକୁ ଯାଉଛି ଓ ଅକ୍ଟୋବର ୧୪ରେ ଶେଷ ହେବାକୁ ଯାଉଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପିତୃପକ୍ଷ ଭାଦ୍ରପଦ ପୂର୍ଣ୍ଣିମା ତିଥିରେ ରଖାଯାଇଥାଏ ।

ଚଳିତ ବର୍ଷ ପିତୃପକ୍ଷକୁ ବେଶ୍ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ ୩୦ ବର୍ଷ ପରେ ପିତୃପକ୍ଷରେ ସର୍ବାର୍ଥ ସିଦ୍ଧି ଯୋଗ ଓ ଅମୃତ ସିଦ୍ଧି ଯୋଗ ଏକ ସଙ୍ଗେ ସୃଷ୍ଟି ହେଉଛି । ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁଯାୟୀ ଏହି ସଂଯୋଗ କାରଣରୁ କିଛି ରାଶିର ବ୍ୟକ୍ତିଙ୍କ ଲାଗି ଏହି ସମୟ ବହୁତ ଶୁଭଫଳ ଦାୟକ ରହିଛି । ଆସନ୍ତୁ ଜାଣିବା ଏହି ସମୟରେ କେଉଁ ରାଶି ମାଲାମାଲ ହେବାକୁ ଯାଉଛନ୍ତି ।

ମେଷ: ଏହି ସମୟରେ ଆପଣ ସବୁ ଦିଗରୁ ଚିନ୍ତାମୁକ୍ତ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆୟ ବୃଦ୍ଧି କାରଣରୁ ଆର୍ଥିକ ଅବସ୍ଥା ସୁଧୁରି ଯିବ । ସମ୍ପତ୍ତିିରେ ଲଗାଇଥିବା ପଇସା ଭଲ ଲାଭ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଶୁଭ ସମୟ ।

ମିଥୁନ: ଉଧାର ଦେଇଥିବା ପଇସା ଆପଣ ଫେରିପାଇବେ । ଅନ୍ୟାନ୍ୟ ଉତ୍ସରୁ ମଧ୍ୟ ଆପଣ ପଇସା ପାଇବେ । ବ୍ୟବସାୟରେ ମଧ୍ୟ ଭଲ ଲାଭ ଅର୍ଜନ କରିବେ । ଏହି ସମୟରେ ଆପଣଙ୍କୁ ବନ୍ଧୁ ବାନ୍ଧବ ଓ ପରିବାର ସଦସ୍ୟଙ୍କ ଭରପୁର ଭଲପାଇବା ଓ ସହଯୋଗ ମିଳିବ ।

କର୍କଟ:ନିବେଶ ଲାଗି ଏହି ସମୟ ଶୁଭ ଅଟେ । ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କୁ ନୂଆ କୌଶଳ ଶିଖିବାରେ ଓ ନିଜ କ୍ୟାରିୟରରେ ଆଗକୁ ବଢିବାରେ ଅବସର ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

କନ୍ୟା: ଉନ୍ନତି କିମ୍ବା ଭବିଷ୍ୟତରେ ନୂଆ ପଦବୀ ପ୍ରାପ୍ତି ଲାଗି ଏହା ଶୁଭ ସମୟ । ଯେଉଁମାନେ ଗାଡି କିମ୍ବା ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଏହା ଅତ୍ୟନ୍ତ ଶୁଭ ସମୟ । ମା’ଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କୁମ୍ଭ:ଅପ୍ରତ୍ୟାଶିତ ଧନ ଲାଭର ଯୋଗ ରହିଛି । ଚାକିରୀ କ୍ଷେତ୍ରରେ ପରିବର୍ତ୍ତନ କରିବା ଲାଗି ମଧ୍ୟ ଏହା ଉପଯୁକ୍ତ ସମୟ । ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ଓ ସୁଖମୟ ରହିବ ।

Get real time updates directly on you device, subscribe now.