fbpx

ଗଛରେ ପିଟିହେଲା କାର୍

ପାଟଣାଗଡ,୧୮ ।୩(ଓଡିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ବେଲପଡା ଅନ୍ତର୍ଗତ ମଣ୍ଡଳ ଛକରୁ ଶହେ ମିଟର ଦୂରତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟିରେ କଳାହାଣ୍ଡି ଜିଲ୍ଲା ରୁଫଡା ଗ୍ରାମର ଦୀପକ କୁମାର ସାହୁ ଓ ତାଙ୍କ ପତ୍ନୀ ତଥା ପାଇକମାଳ ଶିକ୍ଷୟତ୍ରୀ ଥିବା ସୂଚନା ମିଳିଛି । କାରଟି ଭାରସାମ୍ୟ ହାରାଇ ଏକ ଗଛରେ ପିଟି ହେବା ପରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ପାଟଣାଗଡ ଉପଖଣ୍ଡରେ ଥିବା ମେଡିକାଲକୁ ପଠାଇଥିଲେ । ସେଠାରେ ଦୀପକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.