fbpx

ଅକ୍ଟୋବର ପହିଲାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ରନୱେର ଆରମ୍ଭ ହେବ କାର୍ପେଟିଂ କାମ

ଭୁବନେଶ୍ୱର, ୨୫ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ତେଣୁ ବହୁ କମ ସଂଖ୍ୟକ ବିମାନ ଚଳାଚଳ ହେଉଛି । ଏହାରି ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ରନୱେର କାର୍ପେଟିଂ କାମ ଆରମ୍ଭ ହେବ । ତେଣୁ ଅକ୍ଟୋବର ୧ ରାତି ୧୧ରୁ ସକାଳ ୭ଟା ଯାଏଁ ବିମାନ ସେବା ବନ୍ଦ ରହିବ । ୪ମାସ ଧରି କାର୍ପେଟିଂ କାମ ଚାଲିବ ।

ଅନ୍ୟପଟେ ତାଲା ବନ୍ଦରେ ୫୦ପ୍ରତିଶତ ରୁ ଅଧିକ କ୍ଷତି ସହିଛି ବିମାନ ବନ୍ଦର । କରୋନା ସତର୍କତା ପାଇଁ ଲକଡାଉନ କରାଯାଇଥିଲା । ଲକଡାଉନରେ ୭୫ ପ୍ରତିଶତ ଯାତ୍ରୀଙ୍କ ସଂଖ୍ୟା କମିଯାଇଛି । କରୋନା ପାଇଁ ବର୍ତ୍ତମାନ ଦୈନିକ ୧୭ଟି ଫ୍ଲାଇଟ ଯାଉଛି । ବର୍ତ୍ତମାନ ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିିଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.