fbpx

ଓଡ଼ିଶା ଆସିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ଟିମ, ବୈଠକରେ ସାମିଲ ହେଲେ ସବୁ ଜିଲ୍ଲାପାଳ

AAKASH

ଓଡ଼ିଶା ଆସିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ଟିମ, ବୈଠକରେ ସାମିଲ ହେଲେ ସବୁ ଜିଲ୍ଲାପାଳଓଡ଼ିଶା ଆସିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ । ଆସନ୍ତାକାଲି ଖାରବେଳ ଭବନ ଠାରେ ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ EC ଟିମ୍ । ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବା ସହିତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ବି ଆଲୋଚନା ହେବ ଅକ୍ଟୋବରରେ ସମସ୍ତ EVM ଓ ଭିଭିପାଟ୍ ଯାଞ୍ଚ କରାଯିବ। ନିର୍ବାଚନ କମିଶନରଙ୍କ ଟିମ୍ ଆସିବା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ସ୍ପେଶାଲ ଡ୍ରାଇଭ।

ସୂଚନା ଯୋଗ୍ୟ ଯେ, ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ EVM ଓ ଭିଭିପାଟ ହେବ ଯାଞ୍ଚ ହେବ ।

Get real time updates directly on you device, subscribe now.