fbpx
BSKY
BJD YOUTH SKY
BJD MS SKY

୮୭ ବର୍ଷୀୟ ଧର୍ମେନ୍ଦ୍ରଙ୍କର ହେଲା ସ୍ୱାସ୍ଥ୍ୟ ଖରାପ, ଆମେରିକାରେ ଚିକିତ୍ସା ହେବା ନେଇ ମୁହଁ ଖୋଲିଲେ ସନ୍ନି ଦେଓଲ!

ନୂଆଦିଲ୍ଲୀ: ସନ୍ନି ଦେଓଲ ନିଜ ବ୍ଲକବଷ୍ଟର ଫିଲ୍ମ ଗଦର-୨ରକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ପୂର୍ବରୁ ଧମେନ୍ଦ୍ର ନିଜ ଫିଲ୍ମ ରକି ୱାର ରାନୀ କି ପ୍ରେମ କାହାଣୀର ସକ୍ସେସକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏହାରି ମଧ୍ୟରେ ଖବର ଆସି ପହଁଚିଛି ଯେ, ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଏବଂ ସନ ଦେଓଲ ତାଙ୍କ ପିତାଙ୍କ ଚିକିତ୍ସା ଲାଗି ଆମେରିକା ଗସ୍ତ କରୁଛନ୍ତି । ଏନେଇ ସନୀ ଦେଓଲ ନିଜ ମୁହଁ ଖୋଲିଛନ୍ତି ।

୧୧ ସେପ୍ଟେମ୍ବରରେ ଏକ ଖବର ଆସିଥିଲା ଯେ, ୮୭ ବର୍ଷୀୟ ଧର୍ମେନ୍ଦ୍ରଙ୍କ ବୟସ ବଢିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଧିରେ ଧିରେ ଖରାପ ହେଉଛି । ସେଥିପାଇଁ ପିତାଙ୍କ ଚିକିତ୍ସା ପାଇଁ ସନ୍ନି ଦେଓଲଙ୍କୁ ଆମେରିକା ନିଆଯାଇଛି ଏବଂ ସେଠାରେ ସେ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ରହିବେ ।

ସନ୍ନି ଦେଓଲ ମଙ୍ଗଳବାର ଦିନ ଏହି ସବୁ ରିପୋର୍ଟକୁ ଖାରଜ କରିଛନ୍ତି । ଅଭିନେତାଙ୍କ ଟିମ୍ ଇଣ୍ଡିଆ ଟିଭି ସହ କଥା ହେଉଥିବା ବେଳେ କହିଛନ୍ତି ଯେ, ଧର୍ମେନ୍ଦ୍ର ଏବଂ ସନ୍ନି ଦେୱଲ ଆମେରିକା ଯିବା ନିହାତି ଆବଶ୍ୟକ, ହେଲେ ଚିକିତ୍ସା ପାଇଁ ନୁହେଁ, ଛୁଟି ମନେଇବା ପାଇଁ ଯାଇଛନ୍ତି ।

ସନ୍ନି ଦେଓଲଙ୍କ ଟିମ ମଧ୍ୟ ସୂଚନା ଦେଇଛନ୍ତି ଯେ, ଅଭିନେତା ଏବଂ ତାଙ୍କ ପିତା ୧୬ ସେପ୍ଟେମ୍ବରରେ ଭାରତ ଫେରିବେ। ସନ୍ନି ଦେଓଲ ଗତକାଲି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ବନ୍ଧୁଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ସନ୍ନି ଦେଓଲ ଏହି ପୋଷ୍ଟରେ ଲେଖିଛନ୍ତି, କାଲିଫର୍ଣ୍ଣିଆରେ ଭିନେଟଙ୍କ ଜନ୍ମଦିନ ପାଳନ କରାଯାଇଥିଲା।

Get real time updates directly on you device, subscribe now.