fbpx

ସୁଇମିଂ ପୁଲ୍ ମଧ୍ୟରେ ଭାଙ୍ଗଡା ନାଚି ବିଜୟର ଆନନ୍ଦକୁ ବିରାଟ ଓ ରୋହିତଙ୍କ ସହ ଏହିପରି ମନାଇଲେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୧୧ ସେପ୍ଟେମ୍ବର ରାତିରେ ଶେଷ ହୋଇଛି ଭାରତ ବନାମ ପାକିସ୍ତାନ ମ୍ୟାଚ୍ । ୧୨ ସେପ୍ଟେମ୍ବର ଅର୍ଥାତ୍ ଆଜି ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିରୁଦ୍ଧରେ ସୁପର ୪ ମ୍ୟାଚ୍ ଖେଳିବ । ପ୍ରକୃତରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ହେବାର ଥିଲା । କିନ୍ତୁ ୧୦ ତାରିଖରେ ବର୍ଷା ହେବାରୁ ମ୍ୟାଚ୍ ପୁରା ହୋଇପାରି ନ ଥିଲା । ଏପରି ସ୍ଥିତିରେ ଟିମ୍ ଇଣ୍ଡିଆକୁ ୧୧ ସେପ୍ଟେମ୍ବରରେ ପଡିଆକୁ ଓହ୍ଲାଇବାକୁ ପଡିଥିଲା । ପାକିସ୍ତାନ ବିରୁଦ୍ଧରେ ୨୨୮ ରନ୍‌ର ଦମଦାର୍ ବିଜୟ ହାସଲ କରିବା ପରେ ଯେତେବେଳେ ରୋହିତ ଶର୍ମାଙ୍କ ସହ ପୁରା ଟିମ୍ ହୋଟେଲରେ ପହଞ୍ଚିଥିଲେ ସେତେବେଳେ ସେଠାରେ ସମସ୍ତଙ୍କର ବେଶ୍ ସ୍ୱାଗତ ହୋଇଥିଲା ।

ଶ୍ରୀଲଙ୍କା ବିରୁଦ୍ଧରେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏକ ରିକଭରୀ ସେସନ ବି ହୋଇଥିଲା, ଯେଉଁଥିରେ ସବୁ ଖେଳାଳୀ ମିଶି ପାକିସ୍ତାନ ବିରୁଦ୍ଧରେ ବିଜୟକୁ ସେଲିବ୍ରେଟ କରିଥିଲେ । ଏହା ସହିତ ଟିମ୍ ହୋଟେଲରେ ସୁଇମିଂ ପୁଲ୍‌ରେ ରିକଭରୀ ସେସନ ବି କରିଥିଲେ ଯେଉଁଥିରେ ସେମାନେ ପାକିସ୍ତାନ ବିରୁଦ୍ଧରେ ହାସଲ ବିଜୟକୁ ଡ୍ୟାନ୍ସ କରି ସେଲିବ୍ରେଟ କରିଛନ୍ତି ।

ଏହି ଅବସରରେ କ୍ୟାପଟେନ୍ ରୋହିତ ଶର୍ମା ପୁଲ୍‌ରେ ଭାଙ୍ଗଡା ନୃତ୍ୟ କରିଥିବା ବେଳେ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଏକ ସଙ୍ଗେ ଡ୍ୟାନ୍ସ କରିଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିବା ବିରାଟ କୋହଲିଙ୍କ ଲାଗି ଟିମ୍ ହୋଟେଲରେ ଖାସ୍ କେକ୍‌ର ମଧ୍ୟ ବ୍ୟବସ୍ଥା କରିଥିଲେ । ବିସିସିଆଇ ଟିମ୍ ଇଣ୍ଡିଆର ରିକଭରୀ ସେସନର ଏକ କ୍ଲିପ୍ ସେୟାର କରିଛି ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.