fbpx
BJD
BJD SKY
BJD SKY

ସଂସଦ ଭବନରେ ବଦଳିବ କର୍ମଚାରୀଙ୍କ ପୋଷାକ, ମହିଳା ପିନ୍ଧିବେ ନୂଆ ଡିଜାଇନର ଶାଢୀ, ଜାଣନ୍ତୁ ପୁରୁଷଙ୍କ ପାଇଁ କ’ଣ ହୋଇଛି ପରିବର୍ତ୍ତନ

BJD

ନୂଆଦିଲ୍ଲୀ : ନୂଆ ସଂସଦ ଭବନରୁ ଏକ ସୂଚନା ଦିଆଯାଇଛି । ତେବେ ସଂସଦ ଭବନର କର୍ମଚାରୀଙ୍କ ପୋଷାକରେ ପରିବର୍ତ୍ତନ ହେବ ଏବଂ ସେମାନେ ନୂଆ ପୋଷାକରେ ନଜରକୁ ଆସିବେ । ଭବନର ମାର୍ଶଲ ଏବେ ସଫାରୀ ବଦଳରେ କ୍ରିମ କଲର କୁର୍ତ୍ତା ପାଇଜାମା ପିନ୍ଧିବେ ।

ଏହା ଛଡା ପିଡିଜିଙ୍କ ଡ୍ରେସ ମଧ୍ୟ ବଦଳି ଯିବ । ସମସ୍ତ ମହିଳା କର୍ମଚାରୀଙ୍କୁ ନୂଆ ଡିଜାଇନର ଶାଢୀ ପିନ୍ଧିବାକୁ ପଡିବ । କର୍ମଚାରୀଙ୍କ ପାଇଁ ସାର୍ଟ ଏବଂ ଖାକି କଲର ପ୍ୟାଣ୍ଟ ମଧ୍ୟ ଅଛି । ସେମାନଙ୍କୁ ମଣିପୁର ଟୋପି ବି ପିନ୍ଧିବାକୁ ପଡିପାରେ ଏହା ଛଡା ସାର୍ଟ ଉପରେ ସ୍ଲି ଲେସ ଜ୍ୟାକେଟ ମଧ୍ୟ ପିନ୍ଧିବାକୁ ପଡିପାରେ । ଏହି ପୋଷାକ ଗୁଡିକୁ ନିଫ୍ଟ ଡିଜାଇନ କରିଛି ।

ଏବେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । କଂଗ୍ରେସ ନେତା ରାଶିଦ ଅଲ୍ଲୀ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି । ବିଜେପି ସଂସଦରେ ମଧ୍ୟ ରାଜନୀତି କରୁଛି । ଏପରି କଲେ ଆମେ ନିଶ୍ଚିତ ଏହାର ବିରୋଦ୍ଧ କରିବୁ ।

ଆସନ୍ତା ୧୮-୨୨ ରେ ହେବାକୁ ଥିବା ସଂସଦର ଦୟସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୧୮ରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ୧୯ ତାରିଖ ଗଣେଷ ପୂଜାରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ । ନୂଆ ସଂସଦ ଭବନରେ ଏକା ସାଙ୍ଗରେ ୧୨୨୪ ସଦସ୍ୟ ବସିବାର ସାମର୍ଥ ରହିଛି । ୨୦୨୦ ମସିହାରେ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ । ଟାଟା ପ୍ରକଳ୍ପ ଦ୍ୱାରା ଏହାକୁ ନିର୍ମାଣ କରାଯାଇଥିଲା । ଏହାକୁ ଗତ ମେ ମାସ ୧୮ ତାରିଖରେ ଉଦଘାଟନ କରାଯାଇଥିଲା ।

Get real time updates directly on you device, subscribe now.