fbpx

ଅର୍ଥମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ କଲେ ଦାବି: ଏହି ବ୍ୟବସାୟ ଉପରେ GST ଛାଡ଼ କରିବା ପାଇଁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ବ୍ୟବସାୟ ଉପରେ ଜିଏସଟି ଛାଡ କରିବା ପାଇଁ ଏହି ଚିଠିରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଗରିବ ଶ୍ରେଣୀର ଲୋକମାନଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଏହି ଜିଏସଟି ଛାଡ଼ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଗରିବ ସୀମାରେଖା ତଳେ ଥିବା ଲୋକ ଏବଂ ଆଦିବାସୀମାନଭ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି ସେ ଆଶା କରିଛନ୍ତି ।

ଓଡିଶାର ଗରିବ ଶ୍ରେଣୀର ଲୋକ ଏବଂ ଆଦିବାସୀଙ୍କର ପ୍ରମୁଖ ଜୀବିକା ହେଉଛି କେନ୍ଦୁପତ୍ର । ତେଣୁ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ କେନ୍ଦୁପତ୍ରର ବାଣିଜ୍ୟରେ ଜଡିତ ଗରିବ ଏବଂ ଆଦିବାସୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ତେଣୁ କେନ୍ଦୁପତ୍ରରେ ୧୮% ଜିଏସଟି ଛାଡ଼ କରିବା ଉଚିତ୍ । ଏହା କେନ୍ଦୁପତ୍ର ତୋଳିବାରୁ ଆରମ୍ଭ କରି ବାନ୍ଧୁଥିବା ଲୋକ ଏବଂ ମୌସୂମୀ କାରିଗରମାନଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ । କେନ୍ଦୁପତ୍ର ହେଉଛି ଏକ ଛୋଟ ଜଙ୍ଗଲ ଉତ୍ପାଦନ ଏବଂ ଓଡିଶାର ୮ ଲକ୍ଷ ଲୋକ ଏହି କାର୍ଯ୍ୟରେ ଜଡିତ ଅଛନ୍ତି ।

ତେବେ କେନ୍ଦୁପତ୍ର ବ୍ୟବସାୟରେ ଅଧିକାଂଶ ମହିଳା ଏବଂ ଆଦିବାସୀ ହିଁ ରୋଜଗାରକ୍ଷମ ହୋଇ ପାରିଛନ୍ତି । ୨୦୦୬ ମସିହାର ଅନୁସୂଚିତ ଜନଜାତି ଏବଂ ଅନ୍ୟପାରମ୍ପରିକ ବନବାସୀ ଅଧିନିୟମ ଅନୁସାରେ, ଆଦିବାସୀମାନଙ୍କୁ ଏହି ।କନ୍ଦୁପତ୍ର ଏକାଠି କରି ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ମଧ୍ୟ ସେ ପତ୍ର ମାଧ୍ୟମରେ କେନ୍ଦୁପତ୍ରରୁ ଜିଏସଟି ହଟାଇବା ପାଇଁ ଅନୁରୋଧ କରିଥିଲେ । ଗତ ନଭେମ୍ବର ୨୫ ତାରିଖରେ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.