fbpx

(Video) ନୂଆ ମନ୍ତ୍ରୀମଣ୍ଡଳକୁ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ନିଜ ହାତରେ ରହିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ, ଜାରି ରହିଲା ମିଶନ୍ ଶକ୍ତି

Advertisement

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀମଣ୍ଡଳର ପ୍ରମୁଖ ନେତାଙ୍କୁ ବିଭିନ୍ନ ବିଭାଗ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି । ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଛନ୍ତି । ଏହାବ୍ୟତୀତ ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ଯୋଜନା ଓ ସମନ୍ୱୟ ବିଭାଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ରହିଥିବା ବେଳେ ଆହୁରି ଅନେକ ଆବଣ୍ଟିତ ହୋଇ ନଥିବା ବିଭାଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଚାଳନା ଦାୟିତ୍ୱରେ ରହିବେ । ତେବେ ବିଜେଡି ସରକାର ହଟିବା ପରେ ମଧ୍ୟ ସେହି ସରକାରରେ ଆରମ୍ଭ ହୋଇଥିବା ‘ମିଶନ୍ ଶକ୍ତି ଯୋଜନା’ ମୋହନ ସରକାରରେ ମଧ୍ୟ ଜାରି ରହିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଆସନ୍ତୁ ନଜର ପକାଇବା କେଉଁ ମନ୍ତ୍ରୀଙ୍କୁ କେଉଁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ:

  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: (୧) ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ
    (୨) ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ଯୋଜନା ଓ ସମନ୍ୱୟ ବିଭାଗ
    (୩)ଆବଣ୍ଟିତ ହୋଇନଥିବା ଅନ୍ୟ ବିଭାଗ
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ: କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା: ମହିଳା ଓ ଶିଶୁବିକାଶ ମିଶନ୍ ଶକ୍ତି ଓ ପର୍ଯ୍ୟଟନ
  • କ୍ୟାବିନେଟ୍ ମନ୍ତ୍ରୀ:
    ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
    ରବିନାରାୟଣ ନାଏକ: ଗ୍ରାମ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ
    ନିତ୍ୟାନନ୍ଦ ଗଣ୍ଡ: (୧) ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ
    (୨) ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତୀକରଣ
    କୃଷ୍ଣଚନ୍ଦ୍ର ପାତ୍ର: ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ବୈଷୟିକ
    ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍ , ପୂର୍ତ୍ତ ଓ ଅବକାରୀ ବିଭାଗ
    ଡ. ମୁକେଶ ମହାଲିଙ୍ଗ: (୧) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର
    (୨) ବୈଦ୍ୟୁତିକ ଓ ସୂଚନା ବୈଷୟିକ
    ବିଭୂତି ଭୂଷଣ ଜେନା : ବାଣିଜ୍ୟ ଓ ପରିବହନ ଇସ୍ପାତ ଓ ଖଣି
    ଡ. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ସାଧାରଣ ଅଭିଯୋଗ
  • ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ):
    ଗଣେଶ ରାମସିଂ ଖୁଣ୍ଟିଆ: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
    ସୂର୍ଯ୍ୟବଂଶୀ ସୂରଜ: (୧) ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର
    (୨) ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି
    ପ୍ରଦୀପ ବଳସାମନ୍ତ: ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ
    ଗୋକୁଳାନନ୍ଦ ମଲ୍ଲିକ: ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
    ସମ୍ପଦ ସ୍ୱାଇଁ: ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

Get real time updates directly on you device, subscribe now.