fbpx
BJD SKY
BJD SKY

କଥା ରଖିଲେ ମୁଖ୍ୟମନ୍ତ୍ରୀ, ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

BJD

ଭୁବନେଶ୍ୱର: ରାଜ୍ୟ ସରକାର ସର୍ବଦା ଜନସାଧାରଣଙ୍କ ଦାବିକୁ ଶୁଣିଆସିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱ ଦେଇଛନ୍ତି ।ସେହିପରି ସରକାର ଜନସାଧାରଣଙ୍କ ପ୍ରତିଶ୍ରୁତି ରକ୍ଷା କରିବା କଥା ସାମ୍ନାକୁ ଆସିଛି । ବରଗଡ଼ ଜିଲ୍ଲା ପାଇକମାଳ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ପରିଣତ କରାଯାଇଛି । ତେଣୁ ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ କରାଯାଇଛି ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପାଇକମାଳ ଅଞ୍ଚଳବାସୀ ଗ୍ରାମରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଅନେକ ଅସୁବିଧାର ଶିକାର ହେଉଥିଲେ । ତେଣୁ ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେଠାରେ ସେମାନେ ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ, ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବର୍ତ୍ତମାନ ସେଠାରେ ସ୍ୱାସ୍ଥ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନା କରାଯାଇଛି । ଏହାଦ୍ୱାରା ସେଠାରେ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ନିଯୁକ୍ତ ହେବେ, ପାଇକମାଳର ଜନସାଧାରଣ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ । ବର୍ତ୍ତମାନ ତାହା ପୁରଣ ହୋଇଥିବାରୁ ଅଂଚଳବାସୀ ଖୁସି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.