fbpx
BSKY
BJD YOUTH SKY
BJD MS SKY

‘ସଫଳ’ ପୋର୍ଟାଲ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ, ଏବେ ଚାଷୀଙ୍କୁ ସହଜରେ ମିଳିବ କୃଷି ଲୋନ୍

ଭୁବନେଶ୍ୱର: ଚାଷୀମାନଙ୍କୁ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ସଫଳ’ ନାମରେ କମନ୍‌ କ୍ରେଡିଟ୍‌ ପୋର୍ଟାଲ ଉନ୍ମୋଚନ ମୁଖ୍ୟମନ୍ତ୍ରୀ। ଏହା ଚାଷୀ, କୃଷି ଉଦ୍ୟୋଗୀଙ୍କୁ ଋଣ ପ୍ରଦାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ କୃଷି ଅର୍ଥନୀତିକୁ ପ୍ରୋତ୍ସାହନ ବଢିବ ବୋଲି କୁହାଯାଉଛି। ‘ସଫଳ’ ପୋର୍ଟାଲରେ ୪୦ରୁ ଅଧିକ ବ୍ୟାଙ୍କରୁ ୩୦୦ରୁ ଅଧିକ ପ୍ରକାର କୃଷି ଋଣ ପାଇଁ ଆବେଦନର ସୁବିଧା ରହିଛି।

ଲୋକସେବା ଭବନରେ ଆୟୋଜିତ ପୋର୍ଟଲ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ଚୁଆଲ ଜରିଆରେ ଯୋଗେ ଦେଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ ଏଣିକି ଗୋଟିଏ ସ୍ଥାନରୁ ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ଘରୋଇ ଓ ସରକାରୀ ବ୍ୟାଙ୍କରୁ ଋଣ ମିଳି ପାରିବ। କେବଳ ଏକିକ ନୁହଁ, ସଫଳ ପୋର୍ଟଲରେ ରହିଛି “କୃଷକ ଓଡ଼ିଶା” ଡାଟାବେସ୍‌ ଏବଂ ୭୦ରୁ ଅଧିକ ମଡେଲ୍‌ ପ୍ରକଳ୍ପ ରିପୋର୍ଟ। ଏହା ଉଭୟ କୃଷକ ଏବଂ ବ୍ୟାଙ୍କକୁ ଯଥେଷ୍ଟ ଲାଭଦାୟକ ଋଣ ଆବେଦନ ପ୍ରକ୍ରିୟାକୁ ସହଜ କରିବ। ଏହି ପୋର୍ଟାଲ କୃଷକମାନଙ୍କୁ ଋଣ ଆବେଦନର ପ୍ରତ୍ୟେକ ପର୍ଯ୍ୟାୟରେ ରିଅଲ-ଟାଇମ ବିଜ୍ଞପ୍ତି ପଠାଇ ସୂଚନା ଅସମାନତା ହ୍ରାସ କରିବ ବୋଲି ସେ ନିଶ୍ଚିତ କରିଛନ୍ତି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକମାନେ ଆମର ଅର୍ଥନୀତିର ମେରୁଦଣ୍ଡ ଅଟନ୍ତି ଏବଂ ଆମ ଦେଶର ସାମାଜିକ ଅର୍ଥନୈତିକ ବିକାଶର ଚାବିକାଠି ବ୍ୟତୀତ କୃଷି ହେଉଛି ରାଜ୍ୟର ସବୁଠାରୁ ବଡ ନିଯୁକ୍ତିଦାତା। ଏଥିସହ ତାଙ୍କ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଆର୍ଥିକ ପ୍ରକ୍ରିୟାରେ କୃଷକଙ୍କ ଅନ୍ତର୍ଭୂକ୍ତିକୁ ସଶକ୍ତିକରଣ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସିଏମଙ୍କ ଦୃଷ୍ଟିକୁ ପ୍ରଶଂସା କରିଥିଲେ।

Get real time updates directly on you device, subscribe now.