fbpx

ଏଟିଏମରୁ ବାହାରିଲା ଅଦ୍ଭୁତ ନୋଟ: ୨୦୦ ଟଙ୍କା ନୋଟରେ ଲେଖା ଥିଲା ‘Full Of Fun’…

ସୋସିଆଲ ମିଡିଆ ଏବେ ଅଧିକାଂଶ ଲୋକଙ୍କ ମନୋରଞ୍ଜନର ଏକ ମାଧ୍ୟମ ହୋଇ ସାରିଛି । ବିଭିନ୍ନ ପ୍ରକାରର ଭିଡିଓ ଏଥିରେ ଅପଲୋଡ ହେଉଥିବା ବେଳେ କିଛିଟା ଭାଇରାଲ ହୋଇ ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି । ସେ ବି ଖୁବ କମ୍ ସମୟରେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଏଟିଏମ ଏବଂ ଏଥିରୁ ବାହାରୁଥିବା ନୋଟକୁ ନେଇ ଏହି ଭିଡିଓ ଭାଇରାଲ ହେଉଛି । ଯେଉଁ ନୋଟରେ ଲେଖାଯାଇଛି କିଛି ଅଜବ ଏବଂ ଅଦ୍ଭୁତ ମେସେଜ । ଆସନ୍ତୁ ଜାଣିବା ପ୍ରକୃତ ଘଟଣା ।

ପିଲାବେଳେ ନକଲି ନୋଟରେ ବହୁତ ଖେଳ ଖେଳିଥାନ୍ତି । ତେବେ ଯଦି ଏଭଳି ନକଲି ନୋଟ ଏଟିଏମରୁ ବାହାରେ, ତେବେ ଆପଣ ଏହାକୁ ଗ୍ରହଣ କରିପାରିବେ ତ ? ଅମେଠିର ଏକ ଏଟିଏମରୁ ଏଭଳି ଏକ ନୋଟ ବାହାରିଛି । ୨୦୦ ଟଙ୍କିଆ ଏହି ନୋଟରେ Full Of Fun ଲେଖାଯାଇଛି । ଜଣେ ବ୍ୟକ୍ତି ଏଟିଏମରୁ ଟଙ୍କା ଉଠାଇବା ବେଳେ ଅସଲି ଟଙ୍କା ସହ ଏକ ନକଲି ନୋଟ ମଧ୍ୟ ବାହାରିଥିଲା । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଏହି ନୋଟରେ ବିଭିନ୍ନ ପ୍ରକାର ମେସେଜ ଲେଖା ଥିଲା ।

ତେବେ ଖେଳିବା ପାଇଁ ଉଦ୍ଦିଷ୍ଟ ନୋଟରେ ଚିଲଡ୍ରେନ୍ସ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଏହା କେବଳ ମନୋରଞ୍ଜନ ପାଇଁ ବୋଲି ଲେଖା ହୋଇଥାଏ । କିନ୍ତୁ ଏଥିରେ କିଛି ଅଲଗା ମେସେଜ ରହିଥିଲା । ଏହି ନୋଟକୁ ଦେଖିବା ପାଇଁ ଏଟିଏମ ବାହାରେ ଭିଡ ଲାଗି ଯାଇଥିଲା । ତେବେ ଖବର ପାଇ ଅମେଠୀ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ପଚରାଉଚରା କରିବା ଭିତରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Get real time updates directly on you device, subscribe now.