fbpx

BREAKING NEWS: ବିଶିଷ୍ଟ ଭାଷାବିତ୍ ଡ. ଦେବୀପ୍ରସନ୍ନଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ, ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟଙ୍କଙ୍କୁ ମିଳିବ ସମ୍ମାନ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ ପାଇବେ ଦେବୀପ୍ରସନ୍ନ । ବିଶିଷ୍ଟ ଭାଷାବିତ୍‌ଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ମାନପତ୍ର ସହ ଦିଆଯିିବ ୨୦ ଲକ୍ଷ ଟଙ୍କା ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଦେବୀପ୍ରସନ୍ନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିବେ । ଓଡ଼ିଆ ଭାଷା କ୍ଷେତ୍ରରେ ତାଙ୍କର ଜୀବନସାରାର ରିସର୍ଚ୍ଚ ଲାଗି ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଦିଗରୁ ସମୃଦ୍ଧ କରିପାରିଛି । ଭାରତୀୟ ଭାଷା କ୍ଷେତ୍ରରେ ତାଙ୍କର ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି ।

Get real time updates directly on you device, subscribe now.