fbpx

କନଫର୍ମ ଟିକଟ୍ କିନ୍ତୁ ନଥିଲା ସିଟ୍, କାମ ଦେଲାନି ହେଲ୍ପଲାଇନ୍ ନମ୍ବର, ରେଳଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି । କିନ୍ତୁ ଅଧିକାଂଶ ସମୟରେ ରେଳଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୋଗ ମଧ୍ୟ କରିଥାନ୍ତି । ନିକଟରେ ଏପରି ଏକ ଉଦାହରଣ ସାମ୍ନାକୁ ଆସିଛି ଯାହା ରେଳବାଇର ଦାୟିତ୍ୱହୀନତାକୁ ପ୍ରଦର୍ଶିତ କରୁଛି । କନଫର୍ମ ଟିକଟ ବୁକ୍ ହୋଇଥିଲା କିନ୍ତୁ ସେହି ନମ୍ବରର କୌଣସି ସିଟ୍ ଉପଲବ୍ଧ ନଥିଲା । ଏନେଇ ଯାତ୍ରୀ ଜଣଙ୍କ ହେଲ୍ପଲାଇନ୍ ନମ୍ବର ୧୩୯ରେ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଶେଷରେ ଯାତ୍ରୀ ଜଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ସୂଚନାରୁ ପ୍ରକାଶ ଅଭିଷେକ ନାମକ ଜଣେ ବ୍ୟକ୍ତି ଦିଲ୍ଲୀରୁ ବିହାର ସ୍ଥିତ ସାସାରାମ ଯିବା ପାଇଁ ଗରୀବ ରଥର ଜି-୨ କୋଚରେ ସିଟ୍ ସଂଖ୍ୟା ୭୪ ଏବଂ ୭୭ ବୁକ୍ କରିଥିଲେ । ତେବେ ଜାନୁଆରୀ ୨୭ରେ ଆନନ୍ଦ ବିହାର ରେଳଷ୍ଟେସନ ପହଞ୍ଚିବା ପରେ ନିଦ୍ଦିଷ୍ଟ କୋଚରେ ଚଢ଼ିଥିଲେ । ସେଠାରେ ମୋଟ୍ ୭୫ଟି ସିଟ୍ ରହିଥିଲା । ଆଶ୍ଚର୍ଯ୍ୟର ବିଷୟ ଜି-୨ କୋଚରେ ସିଟ୍ ସଂଖ୍ୟା ୭୬, ୭୭ ଏବଂ ୭୮ ଉପଲବ୍ଧ ନଥିଲା । ତେବେ ଉକ୍ତ ଯାତ୍ରୀଙ୍କୁ କେବଳ ୭୪ ନଂ ସିଟ୍ ହିଁ ମିଳିଥିଲା । ସେ ତାଙ୍କ ମାଆଙ୍କୁ ସାଥିରେ ଆଣିଥିବାରୁ ବହୁ ଅସୁବିଧା ହୋଇଥିଲା । ତାଙ୍କ ସହ ୭୬ ଏବଂ ୭୮ ସିଟ୍ ବୁକ୍ କରିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମସା ସୃଷ୍ଟି ହୋଇଥିଲା । ଏନେଇ ଟିଟିଇଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନଥିଲା ।
ତେବେ ଗୋଟିଏ ପଟେ ଭାରତୀୟ ରେଳବାଇ ତରଫରୁ ରେଳ ଯାତ୍ରୀଙ୍କୁ ଅନେକ ସୁବିଧା ଦିଆଯାଉଥିବା ବେଳେ ଏଭଳି ସ୍ଥିତକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏହା ପୂର୍ବରୁ ମଧ୍ୟ ରେଳଯାତ୍ରୀଙ୍କ ଅଭିଯୋଗ ସାମ୍ନାକୁ ଆସିଛି କିନ୍ତୁ ରେଳବାଇ କତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି ।

Get real time updates directly on you device, subscribe now.