fbpx

ପ୍ରତିଦିନ ଭାରତୀୟ ସେନା କାହିଁକି ନେଇଥାନ୍ତି ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ନାମ, ଆସନ୍ତୁ ଜାଣିବା ଏହା ପଛର ଗୁଢ ରହସ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନା ବିଶ୍ୱର ସବୁଠାରୁ ୫ ଶକ୍ତିଶାଳୀ ସେନା ମଧ୍ୟରେ ଅନ୍ୟତମ । ଭାରତୀୟ ସେନା ମଧ୍ୟରେ ଏପରି ବହୁ ରେଜିମେଣ୍ଟସ୍ ରହିଛି ଯାହା ଏହାକୁ ଅଜେୟ କରିଥାଏ । ସବୁ ରେଜିମେଣ୍ଟର ନିଜର ଏକ ୱାର କ୍ରାଏ ରହିଛି ଅର୍ଥାତ୍ ଯୁଦ୍ଧଘୋଷ ରହିଛି । ଏହି ଯୁଦ୍ଧଘୋଷର ଅର୍ଥ ଯୁଦ୍ଧ ସମୟରେ ପ୍ରେରଣା ଦେଉଥିବା ସେହି ଶକ୍ତିଦାୟିନୀ ଶବ୍ଦ ଯାହା ସେମାନଙ୍କୁ ଯୁଦ୍ଧ ସମୟରେ ଶତ୍ରୁ ଉପରେ ଭାରି ପଡିବାକୁ ପ୍ରେରଣା ଦେଇଥାଏ ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି କେତେକ ରେଜିମେଣ୍ଟ ସେନାଙ୍କ ଠାରେ ଯୋଶ ଭରିବା ପାଇଁ ଜୟ ଶ୍ରୀରାମ, ବଜରଙ୍ଗବାଲୀ କି ଜୟ ଓ ଦୁର୍ଗା ମାତା କି ଜୟ ପରି ନାରା ଦେଇଥାନ୍ତି । ଏହି ରେଜିମେଣ୍ଟ ଜୟ ଶ୍ରୀରାମ ନାରା ଇଂରେଜ ସମୟରୁ ହିଁ ଦେଇ ଆସୁଛନ୍ତି । ଇଂରେଜଙ୍କୁ ବି ଏହାକୁ ନେଇ କୌଣସି ଆପତ୍ତି ନ ଥିଲା । ଇଂରେଜଙ୍କୁ ବି ଲାଗୁଥିଲା କି ଧାର୍ମିକ ଯୁଦ୍ଧଘୋଷ ସୈନିକଙ୍କ ମଧ୍ୟରେ ଅଧିକ ଯୋଶ ଭରିଥାଏ ଓ ସେମାନଙ୍କୁ ଏକଜୁଟ କରିଥାଏ ।

ଭାରତୀୟ ବାୟୁସେନା, ସ୍ଥଳ ସେନା ଓ ନୌସେନାର ଯୁଦ୍ଧଘୋଷ ସମାନ ଅଟେ । ତାହା ହେଉଛି ‘ଭାରତ ମାତା କି ଜୟ’ । କିନ୍ତୁ ସମସ୍ତ ରେଜିମେଣ୍ଟ ନିଜ ନିଜର ଅଲଗା ଅଲଗା ଯୁଦ୍ଧଘୋଷ ଆପଣାଇଥାନ୍ତି । ଭାରତୀୟ ସେନାର କିଛି ରେଜିମେଣ୍ଟ ଭଗବାନ ରାମ, ବଜରଙ୍ଗବାଲୀ, ମା’ ଦୁର୍ଗାଙ୍କ ନାମରେ ଯୁଦ୍ଧଘୋଷ ଦେଇଥାନ୍ତି । ଯୁଦ୍ଧ କ୍ଷେତ୍ରରେ ବି ଆମ ସୈନିକମାନେ ନିଜ ନିଜର ଇଷ୍ଟ ଦେବୀ ଦେବତାଙ୍କୁ ଭୁଲି ନ ଥାନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଆମ ଦେଶର କିଛି ପ୍ରମୁଖ ସେନା ରେଜିମେଣ୍ଟର ଯୁଦ୍ଧଘୋଷ କ’ଣ ରହିଛି ।

ସେନାର ସବୁଠାରୁ ପୁରୁଣା ରାଇଫଲ ରେଜିମେଣ୍ଟ ରାଜପୁତାନା ରାଇଫଲ୍ସର ଯୁଦ୍ଧଘୋଷ ହେଉଛି ‘ରାଜା ରାମଚନ୍ଦ୍ର କୀ ଜୟ’ । ଟେରିଟୋରିଆଲ ଆର୍ମିର ଯୁଦ୍ଧଘୋଷ ହେଉଛି ‘ଜୟ ଶ୍ରୀରାମ’ । କୁମାଉ ରେଜିମେଣ୍ଟର ଯୁଦ୍ଧଘୋଷ ହେଉଛି ‘କାଳିକା ମାତା କି ଜୟ, ବଜରଙ୍ଗ ବାଲି କି ଜୟ, ଦାଦା କିଶନ କି ଜୟ’ । ବିହାର ରେଜିମେଣ୍ଟର ଯୁଦ୍ଧଘୋଷ ହେଉଛି ‘ଜୟ ବଜରଙ୍ଗବାଲି’ । ଜାମ୍ମୁ ଓ କାଶ୍ମୀର ରାଇଫଲ୍ସ ଯୁଦ୍ଧଘୋଷ ‘ଦୁର୍ଗା ମାତା କି ଜୟ’ ।

Get real time updates directly on you device, subscribe now.