fbpx

ବିଧାୟକଙ୍କ ବିୟୋଗ: ରାଜନୈତିକ କ୍ଷେତ୍ର ସ୍ତବ୍ଧ, ରଦ୍ଦ ହେଲା କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ତରଫରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଆଗତ କରିବେ । ବଜେଟ ଆଗତ ପୂର୍ବରୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ବଜେଟ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କର ବିଭିନ୍ନ ସଫଳତାକୁ ଉଜାଗର କରିଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ମହାରାଷ୍ଟ୍ରର ଖାନାପୁର ବିଧାନସଭା କ୍ଷେତ୍ରର ଶିବସେନା (ଶିନ୍ଦେ ଗୋଷ୍ଠୀ)ର ଜଣେ ବିଧାୟକଙ୍କର ବିୟୋଗ ଘଟିଛି । ବିଧାୟକ ଅନିଲ ବାବରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସାଙ୍ଗଲି ଜିଲ୍ଲାର ଏକ ହସ୍ପିଟାଲରେ ଅନିଲ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଅନିଲଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

୨୦୨୨ ମସିହାରେ ମହାରାଷ୍ଟ୍ରରେ ଦେଖାଦେଇଥିବା ବେଳେ ବିଦ୍ରୋହ ପରେ ଶିବସେନା ଦୁଇଭାଗରେ ବିଭକ୍ତ ହୋଇଥିଲା । ବିଦ୍ରୋହୀ ବିଧାୟକଙ୍କୁ ଧରି ଏକନାଥ ଶିନ୍ଦେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ । ସେହି ସମୟରେ ଅନିଲ ଶିନ୍ଦେ ଗୋଷ୍ଠୀ ସହିତ ଥିଲେ । ୨୦୧୯ ମସିହାରେ ଅନିଲ ଶିବସେନା ଟିକେଟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୪ ଥର ବିଧାୟକ ରହିଥିଲେ । ତାଙ୍କର ମୃତ୍ୟୁରେ ବହୁ ବିଶିଷ୍ଟ ରାଜନେତାମାନେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.