fbpx

ଟିକ୍ ଟକ୍ ଭିଡିଓ କରି ନିଲମ୍ବିତ ହୋଇଥିଲେ କନେଷ୍ଟବଳ, ଏବେ ହୋଇଗଲେ ଷ୍ଟାର

ଦୁନିଆରେ କେବେ ଯେ କାହାର ଭାଗ୍ୟ ପରିବର୍ତ୍ତନ ହେବ, ତାହା କେହି କହିପାରିବେ ନାହିଁ । ଏପରି କିଛି ଘଟଣା ଘଟିଛି ଗୁଜରାଟ ପୋଲିସ ଅର୍ପିତା ଚୌଧୁରୀଙ୍କ ଘଟଣାରେ । କିଛି ମାସ ପୂର୍ବରୁ ଜଣେ ମହିଳା କନେଷ୍ଟବଳଙ୍କୁ ଥାନାରେ ଟିକ୍ ଟକ୍ ଭିଡିଓ କରୁଥିବା କାରଣରୁ ନିଲମ୍ବିତ କରିଥିଲା ଗୁଜରାଟ ପୋଲିସ । କିନ୍ତୁ ସେ କେବେବି ଭାବିନଥିଲେ କି ଯେଉଁ ଟିକ୍ ଟକ୍ ଭିଡିଓ କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି, ଦିନେ ସେଇ ଭିଡିଓ ତାଙ୍କ ଭାଗ୍ୟ ବଦଳାଇ ଦେବ ।


ତେବେ ଟିକ୍ ଟକ୍ ଭିଡିଓ ସାମନାକୁ ଆସିବା ପରେ ମହିଳା କନେଷ୍ଟବଳ ଅର୍ପିତା ଗୁଜରାଟର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ପାଲଟିଛନ୍ତି । ନିକଟରେ ତାଙ୍କର ଗୁଜରାଟ ଆଲବମ୍ ‘ଟିକ୍ ଟକ୍ ନୀ ଦିୱାନୀ’ ଲଞ୍ଚ ହୋଇଛି । ଭିଡିଓ ରିଲିଜ୍ ହେବାର ମାତ୍ର ୨ କି ୩ ଦିନ ମଧ୍ୟରେ ୨ ମିଲିୟନ ୟୁଜର୍ସ ଏହାକୁ ଦେଖିସାରିଛନ୍ତି । ଅପିର୍ତାଙ୍କ ଆଉ ଏକ ଭିଡିଓ ମଧ୍ୟ କିଛି ଦିନ ପୂର୍ବରୁ ଲଞ୍ଚ ହୋଇଛି ।

ଅର୍ପିତା କହିଛନ୍ତି ଯେ, ‘ମୋତେ ବହୁ ଫିଲ୍ମର ମଧ୍ୟ ଅଫର ଆସିଛି । ମୁଁ କେବଳ ନିଜ ଅଫିସରମାନଙ୍କ ଅନୁମତିକୁ ଅପେକ୍ଷା କରିଛି ।’

Get real time updates directly on you device, subscribe now.