fbpx

୭ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା!

ଭୁବନେଶ୍ୱର, ୧୧ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ସନ୍ଧ୍ୟା ୭ଟା ୪୫ସୁଦ୍ଧା ୭ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ଆଶଙ୍କା ଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଛି । ଏତତ୍ ବ୍ୟତୀତ କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବା ନେଇ ସୂଚନା ରହିଛି । ୭ଜିଲ୍ଲାଗୁଡ଼ିକ ହେଉଛି ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କନ୍ଧମାଳ, ଅନୁଗୁଳ, ବୌଦ୍ଧ ଓ ନୟାଗଡ଼ । ଏହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ଓ ବଜ୍ରପାତ ହେବା ନେଇ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.