fbpx

କରୋନା ଭୟ: ମାଂସଠାରୁ ମହଙ୍ଗା ଦାମରେ ବିକ୍ରି ହେଉଛି ପଣସ

କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ସାରା ବିଶ୍ୱ ଆତଙ୍କ ଖେଳିଯାଇଛି । ଏହି ସମୟରେ ଲୋକମାନେ ଏବେ ମଟନ ଓ ଚିକେନଠାରୁ ଦୂରେଇ ରହିଛନ୍ତି । ଏହାରି ମଧ୍ୟରେ ଲୋକମାନେ ମଟନ୍ ଓ ଚିକେନର ସମକକ୍ଷ ଖାଦ୍ୟ ମଧ୍ୟ ଖୋଜିସାରିଛନ୍ତି । ଏବେ ଲୋକେ ମାଂସାହାରୀରୁ ଶାକାହାରୀ ଧର୍ମକୁ ଆପଣାଇବା ସହ କଞ୍ଚାପରିବା ମଧ୍ୟରେ ପଣସକୁ ଗ୍ରହଣ କରିବାରେ ଲାଗିଛନ୍ତି ।

ନ୍ୟୁଜ ଏଜେନ୍ସି ଆଇଏନଏସ ମୁତାବକ, ବର୍ତ୍ତମାନ କୁକୁଡା ଅପେକ୍ଷା ପଣସ ଅଧିକ ଟଙ୍କାରେ ବିକ୍ରି ହେଉଛି । ଚିକେନର ମୁଲ୍ୟ କିଲୋ ପିଛା ୮୦ ଟଙ୍କା ଥିବା ବେଳେ ପଣସ ବର୍ତ୍ତମାନ କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ଯେଉଁ ଘରମାନଙ୍କରେ ଚିକେନ୍, ଅଣ୍ଡା ବିରିୟାନୀ ପ୍ରସ୍ତୁତ ହେଉଥିଲା, ସେଠାରେ ଆଜି ପଣସ ବିରିୟାନୀ ତିଆରି ହେଉଛି ।

ତେବେ କରୋନା ଭାଇରସ ଡରରେ ଲୋକେ ମାଂସ ଛାଡି ପଣସ ଖାଇବାରେ ଲାଗିଛନ୍ତି । ଏମିତିରେ ସ୍ୱାଦରେ ପଣସ ବି ମାଂସ ଖାଇବା ପରି ପାଟିକୁ ଲାଗିଥାଏ । ଏଥିପାଇଁ ଲୋକମାନେ ପଣସକୁ ବେଶ୍ ପସନ୍ଦ କରିବା ସହ ଖାଉଛନ୍ତି ।

Get real time updates directly on you device, subscribe now.