fbpx

ବିଧାନସଭାରେ ବିଧାୟକ ମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି: ନରସିଂହ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଲ ଆଲୋଚନା ପୂର୍ବରୁ ବିଧାୟକ ମାନଙ୍କୁ ସେଇ ବିଲର ଡ଼କ୍ୟୁମେଣ୍ଟ ଦିଆଯାଉନି। ସରକାର ମନ ଇଛା ବିଲ ଆଣି ସଂଖ୍ୟାବଳ ଥିବାରୁ ବିଲ୍ କୁ ପାସ୍ କରାଇନେଉଛନ୍ତି। ଯାହା ଫଳରେ ବିଧାୟକମାନେ ସମ୍ପୃକ୍ତ ବିଲ ବିଏସଆର ଜାଣିପାରୁନାହାନ୍ତି। ଘରୋଇ ବିଶ୍ଵ ବିଦ୍ୟାଳୟ ପାଇଁ କଣ ଗାଇଡ଼ ଲାଇନ ରହିଛି ବୋଲି ବିଧାନସଭାର ଶୁନ୍ୟ କାଳରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସରକାର ଏତେ ତରବରିଆ ଭାବେ କାହିଁକି ବିଲ କୁ ପାରିତ କରାଇ ନେଲେ। ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଧେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି। ସରକାର ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱ ବିଦ୍ୟାଳୟ ମାନଙ୍କୁ ଅନୁମତି ଦେବା ଅନୁଚିତ ବୋଲି ଶ୍ରୀ ମିଶ୍ର କହିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁବି ଚିଠି ଲେଖିଲେ କେହିବି ଉତ୍ତର ଦେଉ ନାହାନ୍ତି। ଯେତେବେଳେ କି ନିୟମ ରହିଛି 15 ଦିନ ଭିତରେ ଉତ୍ତର ଦିଆଯିବ। ଖାଲି ସେତିକି ନୁହେଁ ବିଧାନସଭାରେ ମନ୍ତ୍ରୀ ମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି। ତେଣୁ ଯାହା ବୁକ ସରକୁଲାର 47 ଉଲଂଘନ ହେଉଛି।ଶୁନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ରୁଲିଂ ଦାବି କରିଛନ୍ତି ନରସିଂହ ମିଶ୍ର।

ନରସିଂହ ମିଶ୍ରଙ୍କ ଏଭଳି ଉଦବେଗ ପ୍ରକାଶ ପରେ ଯେଉଁ ତଥ୍ୟ ଗତକାଲି ବିଧାୟକ ମାନଙ୍କୁ ଦିଆ ଯାଇ ନାହିଁ ସେହି ବିଭାଗର ତଥ୍ୟ ଆଣି ବିଧାୟକ ମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ବୁକ ସ୍ରକ୍ୟୁଲାର 47 ଉଲଂଘନ ନେଇ ବାଚସ୍ପତିଙ୍କ ରୁଲିଂ କରିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ସଚିବ ଙ୍କୁ ଡାକି କାହିଁକି ବୁକ ସ୍ରକ୍ୟୁଲାର 47 ସଠିକ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରାଯିବ ବୋଲି ଜଣାପଡିଛି।

Get real time updates directly on you device, subscribe now.