fbpx

‘ବିଧାୟକଙ୍କୁ ମିଛୁଆ ସଜାଉଛନ୍ତି ବାବୁ’, ଶୂନ୍ୟ କାଳରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉଦବେଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଥ୍ୟା ତଥ୍ୟ ଦେଇ ସରକାରୀ ଅଧିକାରୀ ବିଧାୟକମାନଙ୍କୁ ମିଛୁଆ କରୁଛନ୍ତି। ‘ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ’ ? ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ସୌମ୍ୟଙ୍କ ପ୍ରଶ୍ନରେ ସରକାରୀ ଅଧିକାରୀ ରଖିଥିବା ତଥ୍ୟକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ିର ବରିଷ୍ଠ ବିଧାୟକ। ସରକାରୀ ଅଧିକାରୀ ମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକ ମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ ବୋଲି ସେ କହିଛନ୍ତି। ଏଭଳି ମିଥ୍ୟା ତଥ୍ୟ ପାଇ ମିଛୁଆ ହୋଇ ଆମେ ବିଧାନସଭା ରେ ରହିବୁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ଜଳ ସଂରକ୍ଷଣ ନେଇ ମଧ୍ୟ ସେ ଉଦବେଗ ପ୍ରକାଶ କରିଛନ୍ତି। ମହାନଦୀ ନେଇ ଆମେ ଛତିଶଗଡ଼ ନାଁ ରେ ଅଭିଯୋଗ କରୁଛୁ। କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀ ଗୁଡିକର ଜଳ କୁ ସଂରକ୍ଷଣ କରଯାଉ ନାହିଁ। କୁଆଖିଆ ନଦୀର ପାଣି କୁ ରୋକା ଯାଉ ନାହିଁ। ପାଣି ସମୁଦ୍ର କୁ ପଳାଉଛି। ତେଣୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ କୁଆଖାଇରେ ବ୍ୟାରେଜ ନିର୍ମାଣ କରନ୍ତୁ। ଭୁବନେଶ୍ୱର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ସୌମ୍ୟ। ତେବେ ବ୍ୟାରେଜ ନିର୍ମାଣ କରି ଜଳ ସଂରକ୍ଷଣ ହେଲେ ରାଜଧାନୀର ତାପମାତ୍ରା କମିବ ବୋଲି ସେକହିଥିଲେ।

Get real time updates directly on you device, subscribe now.