fbpx

ଓଡିଶା ପରିସ୍ଥିତି ଠିକ୍ ଅଛି: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ପୁଣି ୨୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବଢୁଥିବା ସଂକ୍ରମଣ ନେଇ ଆଇଏଲଏସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଡିସେମ୍ବର ମାସରେ ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲେ । ସେମାନେ ସୁସ୍ଥ ଅଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାନ୍ତି । ୨୨୦ଟି ନମୂନା ଆଇଏଲଏସରେ ଟେଷ୍ଟ କରାଯାଇଥିଲା । ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଅଧିକ ରହିଛି । ପୁନଃ ସଂକ୍ରମଣ ହାର ୧:୧ରୁ ୧:୫ ବଢିଛି, କିନ୍ତୁ ମାରାତ୍ମକ ନୁହେଁ । ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ । ଏବେ ଓଡିଶା ପରିସ୍ଥିତି ଠିକ୍ ଅଛି ।’

ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡିବ । ଓଡିଶାକୁ ସେଭଳି ସ୍ଥିତି ଆସିନି କିନ୍ତୁ ଲୋକ ଅମାନିଆ ଅଛନ୍ତି । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ନିୟନ୍ତ୍ରଣ କରାଯାଇପାରିବ । ବିଭିନ୍ନ ଜିଲ୍ଲାକୁ ଚିହ୍ନଟ ହେଉଥିବା ନମୂନା ସେତେଟା ଭୟାନକ ନାହିଁ । ନୂଆପଡା, କନ୍ଧମାଳ, କଳାହାଣ୍ଡିର ନମୂନା ପରୀକ୍ଷା କରୁଛୁ । ନୂଆପଡାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଦୈନିକ ୧୦ ହଜାର ୫୦୦ ଆରଟିପିସିଆର ଟେଷ୍ଟ ହେଉଛି ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.