fbpx
BJD SKY
BJD SKY

(Video)ଟଙ୍କା ଚୋର କାଉ; ଲାଞ୍ଚ ନେବା ପରେ ମହିଳାଙ୍କୁ ଫେରାଇଲା ଟଙ୍କା, ଦେଖନ୍ତୁ ଭିଡିଓ

BJD

ଓଡ଼ିଶା ଭାସ୍କର: କାଉର ଚାଲାଖି ଓ ଚତୁର ପଣିଆର କଥା ଆପଣ ପିଲାଦିନେ ବହିରୁ ପଢିଥିବେ । ସେ କିପରି ପାଣି ପିଇବ ବୋଲି ମାଠିଆରେ ଗୋଡି ପକାଇ ପାଣିକୁ ଉପରକୁ ଉଠାଇଥିଲା ଓ ପାଣି ପିଇଥିଲା ଏହା ସମସ୍ତେ ଜାଣନ୍ତି । କିନ୍ତୁ ଆଜି ଆମେ ଏଠି କାଉର ଏପରି କାରନାମା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି କହିବେ କାଉ ସବୁଠୁ ଚତୁର ବୋଲି । କାଉର ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି । ଏହି ଭିଡିଓରେ ଏକ କାଉ ଟଙ୍କା ଚୋରୀ କରୁଥିବାର ନଜର ଆସୁଛି । କାଉଟି ଘରେ ରଖାଯାଇଥିବା ୫୦୦ ଟଙ୍କା ଧରି ଉଡି ଚାଲିଯାଉଛି । ମହିଳା ତା’ ଠାରୁ ଟଙ୍କା ଆଣିବା ପାଇଁ ତା’ ପଛେ ପଛେ ଧାଉଁଛନ୍ତି କିନ୍ତୁ ସେ ଟଙ୍କା ଫେରାଉ ନାହିଁ । ଏହାପରେ ଯେତେବେଳେ ସେ ତାକୁ କିଛି ଲାଞ୍ଚ ଦେଉଛନ୍ତି ସେତେବେଳେ ସେ ଟଙ୍କା ଫେରାଉଛି ।

ଏହି ଭିଡିଓକୁ ଇନଷ୍ଟାଗ୍ରାମ ୟୁଜର @rajani_shetty11official  ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ମହିଳା ଜଣକ ୫୦୦ଟଙ୍କିଆ ନୋଟ୍ ଏକ କାଠ ଉପରେ ରଖି କିଛି କାମରେ ଯେପରି ବ୍ୟସ୍ତ ହୋଇଯାଉଛନ୍ତି ସେହି ସମୟରେ ଏକ କାଉ ଆସି ଥଣ୍ଟରେ ସେହି ଟଙ୍କା ଧରି ଉଡିଯାଉଛି । ଦେଖିଲେ ଲାଗୁଛି କାଉଟି ଯେପରି ତାଙ୍କର ପୋଷା । କାରଣ କାଉ ଉଡି ବାହାରକୁ ଯାଉ ନାହିଁ ବରଂ ନିକଟରେ ଥିବା ଏକ ପଞ୍ଜୁରୀ ଉପରେ ହିଁ ବସି ରହୁଛି । ମହିଳା ତାଙ୍କୁ ଖଣ୍ଡେ କଟା ତରଭୁଜ ଖାଇବାକୁ ଦେଇ ତା’ ଠାରୁ ଟଙ୍କା ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ତରଭୁଜଟି ପଞ୍ଜୁରୀ ଭିତରେ ଖସି ପଡୁଛି । ତେଣୁ କାଉ ଟଙ୍କା ଛାଡୁ ନାହିଁ । ପରେ ମହିଳା ଆଉ କିଛି ଖାଦ୍ୟ ତାକୁ ଦେବା ପରେ ସେ ଆରାମରେ ଟଙ୍କାକୁ ରଖି ସେହି ଖାଦ୍ୟକୁ ଧରି ଚାଲିଯାଉଛି । ଭିଡିଓଟି ଏବେ ଜୋରଦାର ଭାଇରାଲ୍ ହେଉଥିବା ବେଳେ ଏହାକୁ ଏ ପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି ।

Get real time updates directly on you device, subscribe now.