fbpx

ଗହଳି ଭିତରେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର, ବଞ୍ଚାଇବା ବଦଳରେ ଭିଡିଓ କରୁଥିଲେ ଲୋକେ

ମୁମ୍ବାଇରୁ ଭୋପାଳ ଆସିଥିବା ୨ ଅଭିନେତ୍ରୀ ଓ ମଡେଲଙ୍କୁ ଦୁର୍ବ୍ୟବହାର ଓ ମାରପିଟ୍ ଘଟଣା ସାମନାକୁ ଆସିଛି । ଏହି ଘଟଣାରେ ପୋଲିସ କେତେକ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ଖବର ମୁତାବକ, ସାଙ୍ଗର ଜନ୍ମଦିନ ପାର୍ଟିରୁ ଏହି ୨ ମଡେଲ ଘରକୁ ଫେରୁଥିଲେ । ସେତିକିବେଳେ ସେମାନେ ଖାଇବା ପାଇଁ ନାଦରା ବସ୍ ଷ୍ଟାଣ୍ଡର ପାଖାପାଖି ଏକ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ ।

ଠିକ୍ ସେହି ସମୟରେ କେତେକ ଦୃର୍ବୁତ୍ତ ୨ ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ, ଯାହାକୁ ଯୁବତୀ ଓ ତାଙ୍କର ପୁରୁଷ ସାଥୀ ବିରୋଧ କରିଥିଲେ । ବିରୋଧ କରିବାରୁ ଦୃର୍ବୁତ୍ତମାନେ ଯୁବତୀଙ୍କ ସମେତ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମାରପିଟ୍ ଆରମ୍ଭ କରିଦେଇଥିଲେ । ବସ୍ ଷ୍ଟାଣ୍ଟରେ ଉପସ୍ଥତି ଥିବା ଲୋକ ଯୁବତୀଙ୍କୁ ବଞ୍ଚାଇବା ବଦଳରେ ଭିଡିଓ କରିବାରେ ବ୍ୟସ୍ତ ଥିଲେ । କୁହାଯାଉଛି ଯେ, ରାତିରେ ଯୁବତୀମାନେ ନିଶାରେ ଥିଲେ । ତେବେ ସେମାନେ ମୁମ୍ବାଇରେ ରହି ମଡେଲିଂର କୋର୍ସ୍ କରୁଛନ୍ତି ।

Get real time updates directly on you device, subscribe now.