କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ୧୬ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଲୋକମାନଙ୍କ ଭିଡ଼କୁ ଭିଡ଼କୁ ଚାଲିଯାଇ କଥାବାର୍ତ୍ତା କରିଥିଲେ। ସେହି ସମୟୟର ମୁଖ୍ୟମନ୍ତ୍ରୀ ଏକ ଛୋଟ ପିଲା ସହ କଥା ହେବାର ଫଟୋ ସାମ୍ନାକୁ ଆସିଥିଲା। କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଫଟୋକୁ ପୋଷ୍ଟ କରିଥିଲେ। ଏହାର କ୍ୟାପ୍ସନରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ,
”ଶିଶୁମାନେ ହିଁ ପୃଥିବୀର ସରଳତମ ଅଥଚ ସବୁଠାରୁ ମୂଲ୍ୟବାନ ଉପହାର। ସେମାନଙ୍କ ନିଃସ୍ୱାର୍ଥ ଓ ନିଷ୍କଳଙ୍କ ହସରେ ସାରା ଦୁନିଆ ବନ୍ଧାପଡିଯାଏ।
“ଶିଶୁ ନୁହେଁ ସେ ଯେ ଆମରି ବିଶୁ
ଆମରି ଧରମା ଆମରି ଯୀଶୁ”
ଆମେ ସଭିଏଁ ଆମ ଭିତରର ଶିଶୁତ୍ବକୁ ଉଜାଗର କରିବା ସହ ସେମାନଙ୍କ ସଶକ୍ତିକରଣର ଅଂଶୀଦାର ହେବା ଆବଶ୍ୟକ।
ଆଜି ଆନନ୍ଦପୁର ମହାବିଦ୍ୟାଳୟକୁ ଗସ୍ତ କରିଥିବା ବେଳେ ଜଣେ କୋମଳମତି ଶିଶୁର ଅନାବିଳ ଆଗ୍ରହ ଓ ଭଲପାଇବା ମତେ ମୋ ଭିତରର ଶିଶୁକୁ ଜାଗ୍ରତ କଲା।”
ଶିଶୁମାନେ ହିଁ ପୃଥିବୀର ସରଳତମ ଅଥଚ ସବୁଠାରୁ ମୂଲ୍ୟବାନ ଉପହାର। ସେମାନଙ୍କ ନିଃସ୍ୱାର୍ଥ ଓ ନିଷ୍କଳଙ୍କ ହସରେ ସାରା ଦୁନିଆ ବନ୍ଧାପଡିଯାଏ।
“ଶିଶୁ ନୁହେଁ ସେ ଯେ ଆମରି ବିଶୁ
ଆମରି ଧରମା ଆମରି ଯୀଶୁ”ଆମେ ସଭିଏଁ ଆମ ଭିତରର ଶିଶୁତ୍ବକୁ ଉଜାଗର କରିବା ସହ ସେମାନଙ୍କ ସଶକ୍ତିକରଣର ଅଂଶୀଦାର ହେବା ଆବଶ୍ୟକ।
ଆଜି ଆନନ୍ଦପୁର ମହାବିଦ୍ୟାଳୟକୁ… pic.twitter.com/olBOZKSUCt— Mohan Charan Majhi (@MohanMOdisha) March 9, 2025
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଆନନ୍ଦପୁର ଠାରେ ଷ୍ଟାଡିଅମର ପୂର୍ଣ୍ଣାଙ୍ଗ କଳେବର ପାଇଁ ୨୦ କୋଟି ଟଙ୍କାର ଆର୍ଥିକ ସହାୟକ ଘୋଷଣା କରିଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦପୁର ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନନ୍ୟ। ପ୍ରତିବର୍ଷ ଏହି ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକରେ ବିଭିନ୍ନ ବିଷୟରେ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଶୀର୍ଷତମ ସ୍ଥାନ ଅଧିକାର କରି ଏହି ଅନୁଷ୍ଠାନର ଗାରିମାକୁ ବହୁଗୁଣିତ କରିଛନ୍ତି l ଏପରି ଏକ ମହାନ ଅନୁଷ୍ଠାନରେ ମୁଁ ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି l
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟରେ ପଢ଼ୁଥିବା ସମୟର ସ୍ମୃତିକୁ ମନେ ପକାଇଥିଲେ। ନିଜ ପୁରାତନ ଶିକ୍ଷକ ଓ ବନ୍ଧୁ ମାନଙ୍କ ବିଷୟରେ କହି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ।
ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ ୧୯୮୭ ମସିହାରେ + ୨ ବିଜ୍ଞାନ ପଢ଼ୁଥିବା ସମୟର ଅନେକ ଘଟଣାକୁ ମନେ ପକାଇବା ସହିତ ବରିଷ୍ଠ ବନ୍ଧୁ ମାନଙ୍କ ସାହାଯ୍ୟ ବିଷୟରେ କହିଥିଲେ।
ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ତୁମ ମାନଙ୍କୁ ଦିନେ ସଫଳ କରାଇବ। ନିଜ ପରିଶ୍ରମ ଉପରେ ଦୃଢ଼ ବିଶ୍ଵାସ ଏବଂ ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ହିଁ ତୁମ ମାନଙ୍କୁ ତୁମ ମାନଙ୍କ ଲକ୍ଷ୍ୟସ୍ଥଳରେ ପହଂଚାଇବ, ବୋଲି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ।
ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ । ବର୍ତ୍ତମାନ ଶିକ୍ଷା ଏକ ବଡ ସମସ୍ଯା ନୁହେଁ, ସବୁଠାରୁ ବଡ ସମସ୍ଯା ହେଉଛି ଗୁଣାତ୍ମକ ଶିକ୍ଷା। ଯୁବବର୍ଗଙ୍କୁ ଉତ୍ତମ ଶିକ୍ଷା ପରିବେଶ ଜରିଆରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଦକ୍ଷତା ବିକାଶ କରି ସେମାନଙ୍କୁ ଭାରତର ବିକାଶଧାରାରେ ସାମିଲ କରିବା ଲକ୍ଷ୍ୟରେ ଆମେ ନୂତନ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରିଛୁ । ଯୁବପିଢ଼ିଙ୍କୁ ଏକ ସାମଗ୍ରିକ ଏବଂ ଉପାଦେୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରି ଯୋଗ୍ୟ କରିବା ଲକ୍ଷ୍ୟ ହେଉଛି ଏହି ନୂତନ ଶିକ୍ଷା ନୀତିର ଉଦ୍ଦେଶ୍ୟ।
କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଁ ଖୁସି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହ କଥା ହେବାର ସୁଯୋଗ ମିଳିଲା।ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛି। ଏଥିସହ ଏହାକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ… pic.twitter.com/XSvGLfqjmw
— Mohan Charan Majhi (@MohanMOdisha) March 9, 2025