fbpx

(Video) କେସରିଆ ଗୀତରେ ଆଣ୍ଟିଙ୍କର ଜବରଦସ୍ତ ଡ୍ୟାନ୍ସ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ମୁମ୍ବାଇ: ଏବେ ଫିଲ୍ମ ହଲରୁ ଆରମ୍ଭ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି “ବ୍ରହ୍ମାସ୍ତ୍ର’ । କେସରିଆ ଗୀତର ରିଲିଜ ହେବା ପରେ ଏହା ଆହୁରି ଲୋକପ୍ରିୟତା ବଢାଇ ଦେଇଛି । ଲୋକମାନଙ୍କୁ ଏହି ଗୀତ ବେଶ ପସନ୍ଦ ଆସିଥିବା ବେଳେ ଇନଷ୍ଟାଗ୍ରାମ ଫେସବୁକ ଆଦିରେ ଲୋକେ ଏବେ ରିଲ୍ ବନାଇବା ଆରମ୍ଭ କରି ଦେଲଣି । ତେବେ ଏହି ଭିହିଓରେ ଦେଖାଯାଇଛି ଜଣେ ବୃଦ୍ଧା ମହିଳାଙ୍କ ଭିଡିଓ । ଦାଦିଙ୍କ ଏହି ଭିଡିଓ ଏବେ ଅନେକ ଲୋକଙ୍କ ହୃଦୟକୁ ଛୁଇଁପାରିଛି ।

୬୪ ବର୍ଷ ବୟସରେ ଦାଦିଜଣକ ଏମିତି ଡାନ୍ସ କରିଛନ୍ତି ଯାହାକୁ ଦେଖି ଲୋକମାନେ ଦିୱାନା ପାଲଟିଯାଇଛନ୍ତି । କେସରିଆ ଗୀତର ତାଳେ ତାଳେ ଜବରଦସ୍ତ ଠୁମକା ଲଗାଇ ଏବେ ଭାଇରାଲ ହେଉଛନ୍ତି ରବି ବାଲା ଶର୍ମା । ହଳଦିଆ ରଙ୍ଗର ସାର୍ଟ ପିନ୍ଧି ସେ ଏହି ଗୀତରେ ନାଚୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ମନୋରଞ୍ଜନର ଖୁରାକ ପାଲଟି ଯାଇଛି । ଏହାକୁ ଦେଖି ଅନେକ ଲୋକ ମଜା ନେଉଥିବା ବେଳେ ଅନେକ ୟୁଜର ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି ।

 

View this post on Instagram

 

A post shared by Ravi Bala Sharma (@ravi.bala.sharma)

ରଣବୀର-ଆଲିଆଙ୍କ ଅଭିନୀତ ବ୍ରହ୍ମାସ୍ତ୍ର ଫିଲ୍ମ ଏବେ ସିନେମା ଘରେ ଖୁବ ଧମାଲ ସୃଷ୍ଟି କରିଛି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବ୍ରହ୍ମାସ୍ତ୍ର । ତେଣୁ ଏହି ଫିଲ୍ମ ମଧ୍ୟ ଆଗକୁ ଖୁବ ପ୍ରଫିଟ ହାସଲ କରିବ ବୋଲି ଆଶା କରିଛନ୍ତି ଟିମ ମେମ୍ବର ।

Get real time updates directly on you device, subscribe now.