fbpx
BJD SKY
BJD SKY

ଓଡ଼ିଶାର କୃଷକମାନଙ୍କ ପାଇଁ ଖୁସି ଖବର.. PMFBY ପାଇଁ ବଢିଲା ଆବେଦନ ତାରିଖ: ଏବେ କରନ୍ତୁ Apply

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ୧୪ତମ କିସ୍ତି ଟଙ୍କା ପ୍ରଦାନ କରାଯାଉଛି । ତେବେ ଏହା ମଧ୍ୟରେ କୃଷକମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ କରିବା ପାଇଁ ସମୟସୀମା ବୃଦ୍ଧି ହେବା ନେଇ ଘୋଷଣା କରାଯାଇଛି । ୨୦୨୩ ଖରିଫ ବର୍ଷ ପାଇଁ ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ଏହାର ପ୍ରଥମ କଟ୍ ଅଫ୍ ଡେଟ୍ ଜୁଲାଇ ୩୧ ତାରିଖ ରହିଥିଲା ।

ତେବେ ଏହା ଏବେ ପରିବର୍ତ୍ତନ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି କେନ୍ଦ୍ର ସରକାର । ଏହାବ୍ୟତୀତ ବିଶେଷ କରି ଓଡ଼ିଶାର ଚାଷୀମାନଙ୍କ ପାଇଁ ଅବଧି ବୃଦ୍ଧି ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ସମୟସୀମା ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ବର୍ତ୍ତମାନ ଏହି ସମୟସୀମାକୁ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.