fbpx

ଘରେ ପଡିଛି ବାପାଙ୍କ ମୃତଦେହ … ଲୁହ ଛଳ ଛଳ ଆଖିରେ ବୋର୍ଡ ପରୀକ୍ଷା ଦେଲେ ଝିଅ

ନୂଆଦିଲ୍ଲୀ : ଆଖିରେ ଲୁହ ଛଳ ଛଳ, ଥରୁଛି ଦେହ ହାତ… । ଯେଉଁ ବାପା ଦିନେ ଆଙ୍ଗୁଠି ଧରି ଚାଲିବା ଶିଖାଇଥିଲେ, ଆଗକୁ ବଢିବାର ସ୍ୱପ୍ନ ଦେଖାଇଥିଲେ.. ଆଜି ସେହି ବାପାର ଶବ ଘରେ ପଡିଛି । ଆଉ ଝିଅ ଆସିଛି ବୋର୍ଡ ପରୀକ୍ଷା ଦେବାକୁ । ପରୀକ୍ଷା ଦେଇ ଘରକୁ ଗଲେ ବାପାର ସତ୍କାର ହେବ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଶ୍ଚିମବଙ୍ଗରେ ।

ଯେଉଁ ପିତା ଦୁନିଆ ଦେଖାଇଛନ୍ତି, ଯେଉଁ ପିତା ଆଙ୍ଗୁଠି ଧରି ବାଟ ଚାଲିବା ଶିଖାଇଛନ୍ତି ଏବଂ ସର୍ବଦା ଆଗକୁ ବଢିବାକୁ ପ୍ରେରଣା ଦେଇଛିନ୍ତ, ସେ ପିତା ଆଉ ନାହାଁନ୍ତି, ଆଜି କେବଳ ତାଙ୍କ ମୃତଦେହ ଘରେ ପଡିଛି । ପଶ୍ଚିମବଙ୍ଗର ଏହି ଯନ୍ତ୍ରଣାଦାୟକ ଘଟଣା ବିଷୟରେ ଯିଏ ଶୁଣିଛି ଆଖିରେ ଲୁହ ରହୁନି ।

ବୀରପୁର ଜିଲ୍ଲା ବୋଲପୁର ୱାର୍ଡ ନମ୍ବର ୧୦ ମାକ୍ରାମପୁରର ବାସିନ୍ଦା ଅଷ୍ଟମ ଡାଲୁଇ (୪୦) । ବୁଧବାର ସକାଳ ୪ଟାରେ ସେ ବ୍ରେନ୍ ଷ୍ଟୋକରେ ମୃତ୍ୟୁ ବରଣ କରିଛନ୍ତି। ପରିବାର କହିଲେ ପତ୍ନୀ ଏବଂ ଦୁଇ ଝିଅ । ବୋଲପୁର ନେତାଜୀ ବଜାରରେ ତାଙ୍କର ଏକ ଚା ଦୋକାନ ଥିଲା । ଯାହା ପରିବାର ପାଇଁ ଏକମାତ୍ର ରୋଜଗାରର ଉତ୍ସ । ତାଙ୍କର ବଡ ଝିଅ ମୌସୁମୀ ଡାଲୁଇ ପରୁଲଡଙ୍ଗା ଶିଖାନିକେତନ ଆଶ୍ରମ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ବର୍ତ୍ତମାନ ପଶ୍ଚିମବଙ୍ଗରେ ଦ୍ୱାଦଶ ଶ୍ରେଣୀ ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷା ଚାଲିଛି । ବୁଧବାର ଦିନ ତାଙ୍କର ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ଥିଲା । ହଠାତ୍ ସକାଳେ ବାପାଙ୍କ ବିୟୋଗ ଖବର ଶୁଣି ସେ ଭାଙ୍ଗି ପଡିଥିଲେ ସତ କିନ୍ତୁ କାନ୍ଦିବାକୁ ସମୟ ନଥିଲା । ପରୀକ୍ଷା କେନ୍ଦ୍ର୍‌ୁ ଯାଇ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଲେ ।

ପିତାଙ୍କ ହଠାତ୍ ମୃତ୍ୟୁରେ ପରିବାର ଆଶ୍ଚର‌୍ୟ୍ୟ ହୋଇଗଲେ, ସମସ୍ତ ସଦସ୍ୟ କାନ୍ଦୁଥିଲେ କିନ୍ତୁ ସେ ବାପାଙ୍କ ସ୍ୱପ୍ନକୁ ଆଖି ଲୁହରେ ଧୋଇ ହେବାକୁ ଦେବାକୁ ଚାହୁଁନଥିଲେ । ସେ ନିଜ ମନକୁ ଦୃଢ କରି ପରୀକ୍ଷାରେ ହାଜର ହେଲେ। ପଡ଼ୋଶୀମାନଙ୍କ ସାହାଯ୍ୟରେ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚି ଇଂରାଜୀ ପରୀକ୍ଷା ଦେଇଥିଲେ ।

ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ପିତାଙ୍କ ମୃତଦେହର ସତ୍କାର ସମୟର ଶେଷ ରୀତିନୀତି ପାଇଁ ମୌସୁମୀଙ୍କୁ ଅପେକ୍ଷା କରିଥିଲେ। ପରୀକ୍ଷା ଶେଷ ହେବା ମାତ୍ରେ ମୌସୁମୀ ଜାଲ ଘାଟରେ ପହଞ୍ଚି ତାଙ୍କ ପିତାଙ୍କ ଶେଷ ରୀତିନୀତି କରିଥିଲେ। ମୋସୁମୀ ଡାଲୁଇ କହିଛନ୍ତି ଯେ ସେ ସମସ୍ତ ବିଷୟ ପରୀକ୍ଷା ଦେବେ। କାରଣ ତାଙ୍କ ବାପା ଚାହୁଁଥିଲେ ସେ ସବୁ ପରୀକ୍ଷା ଦିଅନ୍ତୁ ଏବଂ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୁଅନ୍ତୁ । ତେଣୁ ସେ ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.