fbpx

Video: ରୋଗୀ ପେଟରୁ ଷ୍ଟିଲ୍ ଗ୍ଳାସ୍ ବାହାର କଲେ ଡାକ୍ତର, ଜାଣନ୍ତୁ ଏତେ ବଡ ଜିନିଷ କିପରି ଶରୀରକୁ ଗଲା?

Advertisement

ନୂଆଦିଲ୍ଲୀ: ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିମ୍ବା ଅପଣ ଏହାକୁ ଗୁଜବ ବୋଲି ମଧ୍ୟ କହିପାରନ୍ତି। କିନ୍ତୁ ବାସ୍ତବରେ ଏହି ଖବର ସତ୍ୟ ଅଟେ। ଉତ୍ତରପ୍ରଦେଶର ଜୌନପୁରର ଭଟାଉଲି ଗ୍ରାମରେ ରହୁଥିବା ୫୦ ବର୍ଷିୟ ସମରନାଥଙ୍କ ସହ ଏହି ଘଟଣା ଘଟିଛି। ଡାକ୍ତର ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ଷ୍ଟିଲ୍ ଗ୍ଲାସ ବାହାର କରିଛନ୍ତି। ପୁର୍ବରୁ ଆପଣ ଶୁଣିଥିବେ କିମ୍ବା ଦେଖିଥିବେ ଅପରେଶନ ସମୟରେ ଭୁଲ ବଶତଃ ତଉଲିଆ, ରୁମାଲ, ଛୁଞ୍ଚି,କଇଁଚି ଏବଂ ଗ୍ଲୋଭସ୍ ପେଟରେ ଛାଡିଦେଇଥାନ୍ତି। କିନ୍ତୁ ପେଟରୁ ବାହାରୁଥିବା ଷ୍ଟିଲ୍ ଗ୍ଲାସ୍ ଏକ ଆଶ୍ଚର୍ଯ୍ୟଜନକ ଘଟଣା।

ସମରନାଥ ନାମକ ବ୍ୟକ୍ତିଙ୍କ ପେଟରେ ତିନି-ଚାରି ଦିନ ବହୁତ ଯନ୍ତ୍ରଣା ହୋଇଥିଲା। ସେ ଅନେକ ଡାକ୍ତରଖାନା ଯାଇଥିଲେ ମଧ୍ୟ ଆଶ୍ୱସ୍ତି ପାଇ ନଥିଲେ। ଏହା ପରେ, କିଛି ସମ୍ପର୍କୀୟଙ୍କଠାରୁ ଜାଣିବା ପରେ ସେ ୱାଜିଦପୁରର ସିଦ୍ଧାର୍ଥ ହସ୍ପିଟାଲକୁ ଆସି ଡାକ୍ତର ଲାଲ ବାହାଦୂର ସିଦ୍ଧାର୍ଥଙ୍କୁ ଭେଟି ତାଙ୍କ ସମସ୍ୟା ବିଷୟରେ କହିଥିଲେ। ତା’ପରେ ଏକ୍ସ-ରେ କରିବା ପରେ ଡାକ୍ତର ତାଙ୍କ ପେଟରୁ ଏକ ଷ୍ଟିଲ ଗ୍ଲାସ୍ ଅପରେସନ୍ କରି ବାହାର କରିଥିଲେ।

ଡାକ୍ତର ଲାଲ ବାହାଦୂର ସିଦ୍ଧାର୍ଥ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଜଣେ ରୋଗୀ ହର୍ନିଆ ଅପରେସନ ପାଇଁ ଆମ ପାଖକୁ ଆସି କହିଥିଲେ ଯେ ମୋର ପେଟରେ ଯନ୍ତ୍ରଣା ହେଉଛି। ମୋର ଅପରେସନ୍ କରନ୍ତୁ । ମୁଁ ପ୍ରଥମେ ଏକ୍ସ-ରେ କରି ଦେଖିଲି ପେଟରେ ପୂର୍ଣ୍ଣ ଆକାରର ଷ୍ଟିଲ୍ ଗ୍ଲାସ୍ ଅଛି। ମୁଁ ରୋଗୀଙ୍କୁ ପଚାରିଲି କିପରି ଗ୍ଲାସ ପେଟରେ ପ୍ରବେଶ କଲା, ଏହି ବିଷୟରେ ସେ କିଛି କହି ପାରି ନଥିଲେ। ସେ କହିଛନ୍ତି ଯେ କିଛି ଦିନ ହେବ ତାଙ୍କ ପେଟରେ ଯନ୍ତ୍ରଣା ହେଉଛି। ତା’ପରେ ଡାକ୍ତରଙ୍କ ପୁରା ଟିମ୍ ଘଣ୍ଟା ଘଣ୍ଟା ପରିଶ୍ରମ ପରେ ଅପରେସନରୁ ଗ୍ଲାସ ବାହାର କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଷ୍ଟିଲ୍ ଗ୍ଲାସ୍ ବାହାରିବା ପରେ ଏହି ଖବର ଲୋକମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲା ଯେ ପୂର୍ଣ୍ଣ ଆକାରର ଷ୍ଟିଲ୍ ଗ୍ଲାସ୍ କିପରି ପେଟ ଭିତରକୁ ଗଲା? ରୋଗୀ ସମରନାଥ କହିଛନ୍ତି ଯେ ଗାଁର କିଛି ଲୋକଙ୍କ ସହ ମୋର ବିବାଦ ଅଛି। ମଦ୍ୟପାନ କରିବା ପରେ ମୁଁ ଅଚେତ ହୋଇଯାଇଥିଲି। ଲୋକମାନେ ଏହି ସମୟରେ ମୋର ପ୍ରାଇଭେଟ୍ ପାର୍ଟରେ ଏହି ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ। ଯେତେବେଳେ ମୋର ଚେତା ଫେରିଥିଲା, ଯନ୍ତ୍ରଣା ଆରମ୍ଭ ହେଲା। ୫ ଦିନ ପେଟରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା ଏବଂ ଖାଇବା ପିଇବା ମଧ୍ୟ ବନ୍ଦ ହୋଇଗଲା। ଏହା ପରେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ସେଠାରେ ଏକ୍ସ-ରେ କରାଗଲା, ଦେଖାଗଲା ଯେ ପେଟରେ ପୂର୍ଣ୍ଣ ଆକାରର ଗ୍ଲାସ ଷ୍ଟିଲ ଅଛି।

 

Get real time updates directly on you device, subscribe now.