fbpx

IAS ଅଫିସରଙ୍କ କାଶ୍ମୀରି ଦୁଲ୍ହନିୟା

ବର୍ତ୍ତମାନ ସୋସିଆ ମିଡିଆ ସେନ୍ସେସନ ପାଲଟି ଯାଇଛନ୍ତି ଆଇଏଏସ ଅଫିସର ଅହତର ଅମିରଙ୍କ ଦ୍ୱିତୀୟ ସ୍ତ୍ରୀ ଡାକ୍ତର ମହରୀନ କାଜି । ଏବେ ସବୁ ଆଡେ ତାଙ୍କର ଫଟୋକୁ ନେଇ ଚର୍ଚ୍ଚା ହେଉଛି । ପ୍ରଥମେ ସେ ଅହତରଙ୍କ ସହ ସର୍ମ୍ପକରେ ଥିବା ନେଇ ଯେତେ ଚର୍ଚ୍ଚା କରାଯାଉଥିଲା ଠିକ ସେହିପରି ବର୍ତ୍ତମାନ ଏହି ଦୁହିଁଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି ।

ଅହତରଙ୍କ ହେବାକୁ ଥିବା ପତ୍ନୀଙ୍କ ସୁନ୍ଦରତାକୁ ନେଇ ତାଙ୍କୁ ବହୁ ପ୍ରଶଂସା କରାଯାଉଛି ।ବର୍ତ୍ତମାନ ଏହି ଯୋଡି ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ସଗାଇ (ନିର୍ବନ୍ଧ) କିଛି ମୁହୂର୍ତ୍ତ ଅଂଶୀଦାର କରିଛନ୍ତି । ଯେଉଁଥିରେ ଏହି ଯୋଡି ବହୁତ ହିଁ ସୁନ୍ଦର ଦେଖାଯାଉଛନ୍ତି । ବର୍ତ୍ତମାନ ଏହି ଯୋଡିଙ୍କ ଫଟୋ ଦେଖି ପ୍ରଶଂସକ ମାନେ ଖୁବ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି । କେହି କେହି ମହରୀନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆମେ ପୂର୍ବରୁ କେବେ ଏଭଳି ସୁନ୍ଦର ବଧୂ ଦେଖି ନଥିଲୁ । ଏହାସହିତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତେବେ ଏହି ଯୋଡି କେବେ ବିବାହ କରିବାକୁ ଯାଉଛନ୍ତି ଏହାକୁ ନେଉଁ କୌଣସି ସଠିକ ତାରିଖ ସାମ୍ନାକୁ ଆସି ନାହିଁ ।

ଫଟୋ ଗୁଡିକରେ ମହରୀନ ତାଙ୍କ ବନ୍ଧୁ ଏବଂ ପ୍ରିୟଜନଙ୍କ ଗହଣରେ ଦେଖିବାକୁ ମିଳିଛନ୍ତି । ଏଥିରେ ସେ ଧଳାରଙ୍ଗର ଗୋଟିଏ ସୁନ୍ଦର ଗାଉନରେ ନଜର ଆସିଛନ୍ତି । ପେଶାରେ ଡାକ୍ତର ଥିବା ମହରୀନ ତାଙ୍କ କାଶ୍ମୀର ଶ୍ରୀନଗର ର ଲାଲ ବାଜାରେ ବସବାସ କରନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ମହରୀନଙ୍କର ଇନଷ୍ଟାଗ୍ରାମରେ ୨ଲକ୍ଷରୁ ଅଧିକ ଅନୁସରଣକାରୀ ରହିଛନ୍ତି ।

ସୂଚନାମୁତାବକ ବିବାହ ପରେ ମହରୀନ ଅହତରଙ୍କ ଦ୍ୱିତୀୟ ସ୍ତ୍ରୀ ହେବେ । ଏହାପୂର୍ବରୁ ୨୦୧୮ରେ ଅହତର ଆଇଏଏସ ଅଫିସର ଟିନା ଦାବିଙ୍କୁ ବିବାହ କରିଥିଲେ । ଏବଂ ୨୦୨୦ରେ ଦୁଇଜଣ ପରସ୍ପର ଠାରୁ ଦୂରେଇ ଯାଇଥିଲେ । ଏହା ପରେ ୨୦୨୧ ରେ ସେମାନେ ଛାଡପତ୍ର ନେଇଥିଲେ । ୨୦୨୨ ଏପ୍ରିଲ ୨୨ ରେ ଅହତର ପୂର୍ବ ସ୍ତ୍ରୀ ଟିନା ଆଇଏଏସ ଅଫିସର ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ ।

Get real time updates directly on you device, subscribe now.