fbpx

(Video) ମାଛ ଖାଇବାର ଏପରି ନିଶା! ବିଚ୍ ରାସ୍ତାରେ ଟ୍ରେନ୍ ଅଟକାଇ କିଣିବାକୁ ଚାଲିଗଲା ଡ୍ରାଇଭର

AAKASH

ନୂଆଦିଲ୍ଲୀ: ଦୁନିଆରେ ଖାଦ୍ୟପ୍ରେମୀଙ୍କ ଅଭାବ ନାହିଁ । ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଖାଇବା ପାଇଁ ଯେକୌଣସି ସ୍ଥାନକୁ ଯାଇ ପାରନ୍ତି । ଯଦି କିଛି ମନ ପସନ୍ଦର ଖାଇବାକୁ ଇଚ୍ଛା ହୁଏ, ତେବେ ବିଳମ୍ବିତ ରାତିରେ ମଧ୍ୟ ଗାଡ଼ି ନେଇ ଚାଲିଯାଆନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ବହୁତ ମଜାଦାର ।

ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଟ୍ରେନ୍ ଡ୍ରାଇଭର ବିଚ୍ ରାସ୍ତାରେ ଟ୍ରେନକୁ ଅଟକାଇ ମାଛ କିଣିବାକୁ ଚାଲିଯାଇଛନ୍ତି । ମାଛ କିଣିବା ପରେ ସେ ଦୌଡ଼ି ଦୌଡି ଟ୍ରେନରେ ଚଢ଼ିଥିଲେ ଓ ଗାଡ଼ିକୁ ଆଗକୁ ନେଉଛନ୍ତି । ଭିଡିଓରେ ଆପଣ ଦେଖିପାରୁଥିବେ କି, ଟ୍ରେନରେ ଏକ ରେଲୱେ ଫାଟକ ପାଖରେ ଅଟକିଛି ଓ ରେଲୱେ ଫାଟକ ବନ୍ଦ ଅଛି । ୨ ପାଶ୍ୱର୍ରେ ଲୋକମାନେ ଠିଆ ହୋଇଛନ୍ତି କେବେ ଟ୍ରେନ ଯିବ ବୋଲି ସେମାନେ ଅପେକ୍ଷା କରିଛନ୍ତି ।

କିନ୍ତୁ ଟ୍ରେନରେ ଡ୍ରାଇଭର ଥିଲେ ସିନା ତାହା ଆଗକୁ ବଢ଼ିବ । ଡ୍ରାଇଭର ଜଣକ ଟ୍ରେନ ଅଟକାଇ ମାଛ କିଣିବାକୁ ଚାଲିଛନ୍ତି । ବୋଧହୁଏ ଆପଣ ବି ଏପରି ଭିଡିଓ ପ୍ରଥମ ଥର ପାଇଁ ଦେଖିଥିବେ, ଯେଉଁଠାରେ ଜଣେ ଟ୍ରେନ୍ ଡ୍ରାଇଭର କିଛି ଖାଇବା ଜିନିଷ କିଣିବା ପାଇଁ ଟ୍ରେନକୁ ହିଁ ଅଟକାଇ ଦେଇଥିବେ ।

ଏହି ମଜାଦାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @HasnaZarooriHai ନାମକ ଆଇଡିରୁ ସେୟାର କରାଯାଇଛି । ମାତ୍ର ୪୪ ସେକେଣ୍ଡର ଏହି ଭିଡିଓକୁ ଅନେକ ଲୋକ ଦେଖିସାରିଥିବା ବେଳେ ଅନେକ ୟୁଜର୍ସ ଏଥିରେ ମଜାଦାର କମେଣ୍ଟ ଦେଉଛନ୍ତି ।

Get real time updates directly on you device, subscribe now.