fbpx

ବସ୍ ଚାଲୁଥିବା ସମୟରେ ଡ୍ରାଇଭରକୁ ଆସିଲା ହାର୍ଟଆଟାକ, ଦେଖନ୍ତୁ ଏହି ହୃଦୟ ବିଦାରକ VIDEO

ଜବଲପୁର: ପ୍ରାୟତଃ ସଡ଼କ ଦୁର୍ଘଟଣା ଗାଡ଼ି ଚାଳକର ଅନ୍ୟମନସ୍କ ବା ନିଶାଦ୍ରବ୍ୟ ସେବନ ପାଇଁ ହୋଇଥାଏ । ହେଲେ ଭାବିଲେ ଯାତ୍ରୀବାହୀ ବସ ଚାଳକକୁ ଯଦି ହାର୍ଟଆଟାକ ଆସେ, ତେବେ ପରିସ୍ଥିତି କଣ ହେବ! ଆଜ୍ଞା ହଁ ଏପରି ଏକ ଘଟଣା ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି । ଗାଡ଼ି ଚଳାଉଥିବା ଅବସ୍ଥାରେ ଡ୍ରାଇଭରର ହାର୍ଟଆଟାକ ଆସି ମୃତ୍ୟୁ ଘଟିଛି । ଫଳରେ ବସ୍ ଅନିୟନ୍ତ୍ରିତ ହୋଇ ଛଅଜଣଙ୍କୁ ପିଟି ଦେଇଛି । ଏହି ଛଅ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି ।

ସୂଚନା ଅନୁଯାୟୀ, ଜବଲପୁର ଜିଲ୍ଲାର ଦମୋହା ନାକା ଅଚଂଳରେ ଡ୍ରାଇଭରଙ୍କୁ ହାର୍ଟଆଟାକ ଅସିଥିଲା । ଯାହାଫଳରେ ଏହି ମେଟ୍ରୋ ବସ୍ ଅନିୟନ୍ତ୍ରିତ ହୋଇ, ଲୋକ ଏବଂ ବିଭିନ୍ନ ଯାନରେ ପିଟି ହୋଇ ସଡ଼କର ଏକ କେନାଲ ପଖରେ ଅଟକିଛି । ଭାଗ୍ୟ ବସତଃ ବସ୍ ଟି କେନାଲ ଭିତରକୁ ନ ଯାଇ ଅନେକ ଯାତ୍ରୀ ମାନଙ୍କୁ ବଂଚାଇ ଦେଇଛି ।

ତେବେ ଏହି ଦୃଶ୍ୟକୁ ଯେଉଁମାନେ ଦେଖିଛନ୍ତି ସେମାନଙ୍କ ରୁମ ଟାଙ୍କୁରୀ ଉଠିଛି । ପ୍ରଥମେ ଲୋକମାନେ  ଭାବିଲେ ଯେ, ଏହି ବସ୍ ଚାଳକଟି ନିଶା ଦ୍ରବ୍ୟ ସେବନ କରିଛି । ହେଲେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଲେ ।

ଏହାପରେ ତାଙ୍କୁ ହସପିଟାଲ ନିଆଯାଇଥିଲା, ହେଲେ ଡ଼ାକ୍ତର ଡ୍ରାଇବରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହାର କାରଣ ହେଉଛି ଡ୍ରାଇଭର ବସ ଚଳାଉଥିବା ସମୟରେ ତାଙ୍କୁ ହାର୍ଟଆଟାକ ଆସିଥିଲା । ଫଳରେ ସେ ସଙ୍ଗେସଙ୍ଗେ ମୃତ୍ୟୁ ବରଣ କରିଥିଲେ । ଏହାପରେ ବସ ଅନିୟନ୍ତ୍ରିତ ହୋଇ ଅଟୋ ରିକ୍ସା ଏବଂ ଦୁଇ ଚକିଆ ଯାନ ଉପରେ ଚଢିଯାଇଥିଲା । ଏଥିରେ ୬ଜଣ ଖଣ୍ଡିଆ ଖାବରା ହୋଇଯାଇଛନ୍ତି ଏବଂ ଜଣଙ୍କ ଅବସ୍ଥା ଗମ୍ଭୀର ରୂପ ଧାରଣ କରିଛି । ଏହି ସମସ୍ତଙ୍କ ଚିକିତ୍ସା ହସପିଟାଲରେ ହେବା ସହ ଡ୍ରାଇଭରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଅନୁମାନ କରାଯାଉଛି ଯେ, ଶୀତ ଦିନର ଥଣ୍ଡା ପାଇଁ ଅନେକ ଲୋକେ ହାର୍ଟଆଟାକର ଶିକାର ହୋଇଥାନ୍ତି । ସକାଳୁ ଏହି ଡ୍ରାଇଭର ଗାଡ଼ି ଚଳାଉଥିବାରୁ ତାଙ୍କୁ ହାର୍ଟଆଟାକ ଆସିଥିଲା । କହିବାକୁ ଗଲେ ଭାଗ୍ୟ ବସତଃ ବସଟି କେନାଲ ଭିତରକୁ ଯାଇ ନାହିଁ । ଏନେଇ ଏସଆଇ ଶୈଳେନ୍ଦ୍ର ସିଂ କହିଛନ୍ତି ଯେ, ବସ୍ ଡ୍ରାଇଭରର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଏହି ମାମଲାର ତଦନ୍ତକୁ ଜାରି ରଖାଯାଇଛି ।

Get real time updates directly on you device, subscribe now.