fbpx

Suspense ବଢାଇଲେ ନିର୍ବାଚନ କମିଶନ୍! ଫଳାଫଳ ପୂର୍ବରୁ ହେବ କି ବଡ଼ ଘୋଷଣା?

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଶେଷ ହୋଇ ସାରିଛି । ବର୍ତ୍ତମାନ ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଥିବା ବେଳେ ଏହାପୂର୍ବରୁ ପ୍ରେସ କନଫରେନ୍ସ ଡକାଇଛନ୍ତି ନିର୍ବାଚନ କମିଶନ୍ । ଆଜି ମଧ୍ୟାହ୍ନ ୧୨.୩୦ରେ ଭୋଟଗଣତି ଆରମ୍ଭ ହେବା ପୂର୍ବରୁ କମିଶନ୍ ଏହି ପ୍ରେସ କନଫରେନ୍ସ ଜରିଆରେ ଏକ ବଡ଼ ଘୋଷଣା ହୋଇପାରେ ଅନୁମାନ କରାଯାଉଛି । ତେବେ ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ସାଧାରଣ ନିର୍ବାଚନ ପରେ ପ୍ରେସ କନଫରେନ୍ସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ୍ ।

ତେବେ ଏହାପୂର୍ବରୁ ରବିବାର ଦିନ କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କୁ ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ ପାଇଁ ବିବରଣୀ ମାଗିଛି । ଏହି ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ, ସେ ନିର୍ଦ୍ଧାରିତ ମତଗଣନା (ଜୁନ୍ ୪)ର କିଛି ଦିନ ପୂର୍ବରୁ ୧୫୦ ଜିଲ୍ଲାଧିକାରୀଙ୍କୁ ଫୋନ୍ କରିଥିଲେ । ତେବେ ଏ ନେଇ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ୍ ଜୟରାମ ରମେଶଙ୍କୁ ଏହାର ଜବାବ ମାଗିଛନ୍ତି ।

Get real time updates directly on you device, subscribe now.