fbpx
BJD
BJD SKY
BJD SKY

ସମୟ ପୂର୍ବରୁ ହୋଇପାରେ ୨୦୨୪ ନିର୍ବାଚନ: ଆଶଙ୍କା କଲେ ମୁଖ୍ୟମନ୍ତ୍ରୀ

BJD

ପାଟନା: ୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଗୋଟିଏ ବର୍ଷ ବାକି ରହିଛି । କିନ୍ତୁ ଏହି ନିର୍ବାଚନ ସମୟ ପୂର୍ବରୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏ ନେଇ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଶଙ୍କା ପ୍ରକାଶ କରିଛନ୍ତି । ଏକ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ନୀତିଶ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି । ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ସମୟ ପୂର୍ବରୁ ଅନୁଷ୍ଠିତ ହୋଇପାରେ ।

ବୁଧବାର ପାଟନାରେ ବିଭିନ୍ନ ସରକାରୀ ଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କରିବା ପାଇଁ ଏକ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଅବସରରେ ସେ କହିଥିଲେ ଯେ, ଆସନ୍ତାବର୍ଷ ଲୋକସଭା ନିର୍ବାଚନ ସମୟ ପୂର୍ବରୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ପ୍ରସ୍ତୁତ ରହିବା ସହ ସମସ୍ତ କାମ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ, ଆସନ୍ତାବର୍ଷର ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ବିରୋଧୀ ଦଳଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ।

Get real time updates directly on you device, subscribe now.