fbpx
BJD SKY
BJD SKY

ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା

BJD

ଅନୁଗୁଳ: ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଘଟଣାରୁ ପ୍ରକାଶ ପାତ୍ରପଡା ପଞ୍ଚାୟତ ରାଇପାଳ ଗ୍ରାମ ନିକଟସ୍ଥ ଆଉଁଳି ନଦୀ ପୋଲ ନିକଟରେ ଏକ ନବଜାତ ଶିଶୁକନ୍ୟା ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଶିଶୁକନ୍ୟାକୁ ଦେଖିବା ପାଇଁ ଭିଡ ଜମିବା ସହିତ ବିଜୁଳି ବେଗରେ ଏହି ଖବର ଚାରିଆଡେ ପ୍ରଚାରିତ ହୋଇଥିଲା।

ଆଉଁଳି ନଦୀରେ ଭାସୁଥିବା ମୃତ ନବଜାତ ଶିଶୁକନ୍ୟାଟି ଆଉଁଳି ଗ୍ରାମର ହୋଇଥିବା ବେଳେ ଶିଶୁକନ୍ୟାର ଆଇ ଖବର ପାଇ ଆଉଁଳି ନଦୀରେ ଭାସୁଥିବା ଶିଶୁକନ୍ୟାକୁ ଉଦ୍ଧାର କରି ସେଠାରୁ ନେଇ ଯାଇଥିଲେ। ମୃତ ନବଜାତ ଶିଶୁକନ୍ୟାଟି ଜରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ।ସେଠାରେ ଚିକିତ୍ସିତ ଅବସ୍ଥାରେ ଶିଶୁର ମୃତ୍ୟୁ ହେବା ପରେ ରାତି ପ୍ରାୟ ୧୨ଟା ବେଳେ ଗାଁକୁ ଆଣିଥିଲେ। ଗାଁକୁ ଆସିବା ବାଟରେ ଆଉଁଳି ନଦୀ ପଡିବାରୁ ସେଠାରେ ନଦୀକୁ ଫୋପାଡି ଦେଇ ଘରକୁ ଯାଇଥିଲେ। ନଦୀ ପାଣିରେ ଶିଶୁଟି ଭାସିଯିବ ଭାବି ଫୋପାଡି ଦେଇଥିଲୁ କିନ୍ତୁ ନଭାସି କୂଳରେ ଲାଗିଯାଇଥିଲା ବୋଲି ଶିଶୁକନ୍ୟାର ଆଈ କହିଛନ୍ତି। ତାକୁ ଏବେ ନେଇ ପୋତି ଦେବେ ବୋଲି ସେ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.