fbpx
BJD SKY
BJD SKY

ବାପାର ନାକ କାମୁଡ଼ି ଛିଣ୍ଡାଇଲା ନୃଶଂସ ପୁଅ: ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି

BJD

ଯାଜପୁର: ବାପାର ନାକକୁ କାମୁଡ଼ି ପୁଅ ଛିଡ଼ାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଏ ଭଳି ଏକ ବିଭତ୍ସ ଘଟଣା ଘଟିଛି ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଉତରାପୁର ଗାଁରେ । ଏପରିକି ଏହି ଆକ୍ରମଣରେ ତାଙ୍କର ଦୁଇଜଣ ପଡ଼ୋଶୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାଁ ବିଭୁତି ସାମଲ ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ବିଭୁତି ପ୍ରଚୁର ମଦ ପିଇ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ ପଡ଼ୋଶୀଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । କିନ୍ତୁ ପୁଅର ଏପରି କାର୍ଯ୍ୟକଳାପକୁ ପିତା ଶତ୍ରୁଘ୍ନ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଅକୁ ଅଟକାଇବା ବେଳେ ବିଭୁତିଙ୍କ ସହିତ ଶତ୍ରୁଘ୍ନଙ୍କର ମଧ୍ୟ ବଚସା ହୋଇଥିଲା । ଏହି ଘଟଣାକ୍ରମରେ ବିଭୁତି ବାପାଙ୍କୁ ମାଡ଼ ମାରିବା ସହିତ ରାଗିଯାଇ ବାପା ଶତୃଘ୍ନଙ୍କ ନାକକୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲେ ।

ଏପରିକି ତାଙ୍କୁ ଅଟକାଇବାକୁ ଆସିଥିବା ତାଙ୍କର ପଡ଼ୋଶୀଙ୍କୁ ମଧ୍ୟ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲେ । ତେବେ ଆହତମାନଙ୍କୁ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ଅନ୍ୟପକ୍ଷରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭୁତିଙ୍କୁ ଗିରଫ କରିଛି । ଏହା ପରେ ତାଙ୍କର କରୋନା ଟେଷ୍ଟ କରିବା ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

 

Get real time updates directly on you device, subscribe now.