fbpx

ଜମ୍ମୁ-କାଶ୍ମୀରରେ ହିନ୍ଦୁଙ୍କ ଜୀବନ ପ୍ରତି କମିଲା ବିପଦ: ୫ ବର୍ଷରେ ହୋଇଛି ମୋଟ ୩୪ ଜଣଙ୍କ ମୃତ୍ୟୁ

AAKASH

ନୂଆଦିଲ୍ଲୀ: ବିଗତ କିଛି ଦିନରେ ଜମ୍ମୁ-କାଶ୍ମୀରରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ଏବଂ ହିଂସା ଘଟଣା କମିଥିବା ଲକ୍ଷ୍ୟ କରାଯାଇଛି । ଗତ ୫ ବର୍ଷରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟସଭାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ତେବେ ହିନ୍ଦୁମାନଙ୍କୁ କାଶ୍ମୀର ପଣ୍ଡିତ ଏବଂ ଅନ୍ୟ ହିନ୍ଦୁ ଭାବେ ୨ଟି ଭାଗରେ ବିଭକ୍ତ କରିଛି ପ୍ରଶାସନ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟ ପକ୍ଷରେ ଜମ୍ମୁ-କାଶ୍ମୀର ପ୍ରଶାସନ ଦ୍ୱାରା ପୂର୍ବବର୍ତ୍ତୀ ରାଜ୍ୟର ଜନସଂଖାରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରାଯାଉଥିବା କହିଛି ପୋଲିସ । ଏହି ଆଶଙ୍କାରେ ଗତ କିଛି ବର୍ଷ ମଧ୍ୟରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଛି । ନିକଟରେ ହୋଇଥିବା ହତ୍ୟାର ତଦନ୍ତରୁ ଜଣା ପଡିଛି ଯେ, ବିଭିନ୍ନ ସ୍ଥାନରେ ୨୦୧୯ ପରେ କେନ୍ଦ୍ର ସରକାର ଜନସଂଖ୍ୟା ପରିବର୍ତ୍ତନ ଦିଗରେ ଚେଷ୍ଟା କରିବା ସହ ଆତଙ୍କବାଦୀ ସଂଗଠନ ଏହି ଭୟକୁ ବଢାଇ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି କାଶ୍ମୀର ଘାଟିର ବରିଷ୍ଠ ପୋଲିସ ଅଧିକାରୀ ।
ଗୃହ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷରେ ଏଠାରେ ଆତଙ୍କବାଦୀ ସମ୍ପନ୍ଧୀୟ ଘଟଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୩୪ ଜଣ ପ୍ରାଣ ହରାଇଛନ୍ତି । ଗତବର୍ଷ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଟାର୍ଗେଟ କରିଥିଲା ଆତଙ୍କବାଦୀ ସଂଗଠନ । ଏମାନଙ୍କ ମଧ୍ୟରେ ୯ ଜଣ ହିନ୍ଦୁ ସମ୍ପ୍ରଦାୟର ଲୋକ ଥିଲେ । ତେବେ ପ୍ରାଣ ହରାଇଥିବା ୯ ଜଣ ହିନ୍ଦୁଙ୍କୁ ଶ୍ରୀନଗର ସହରର ମଧ୍ୟ ଭାଗରେ ହତ୍ୟା କରାଯାଇଥିଲା, ଯାହାକୁ ନେଇ ସାରା ଅଞ୍ଚଳ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଗତ ୩ ବର୍ଷରେ ଅନନ୍ତନାଗ, ଶ୍ରୀନଗର, କୁଲଗ୍ରାମ ଏବଂ ୧୪ ହିନ୍ଦୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୪ ଜଣ କାଶ୍ମୀରୀ ପଣ୍ଡିତ ରହିଛନ୍ତି ।

ତେବେ ୨୦୧୪ରୁ ଅଗଷ୍ଟ . ୨୦୧୯ ମଧ୍ୟରେ ମୋଟ ୧୭୭ ନାଗରିକ ଏବଂ ୪୦୫ ସୁରକ୍ଷାକର୍ମୀଙ୍କ ହତ୍ୟ କରାଯାଇଥିଲା । ତେବେ ଅଗଷ୍ଟ ୫, ୨୦୧୯ରୁ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ଏହି ସଂଖ୍ୟାରେ ହ୍ରାସ ପାଇଥିଲା ଏବଂ ଏହା ମଧ୍ୟରେ ମୋଟ ୮୭ ନାଗରିକଙ୍କ ସମେତ ୯୯ ସୁର୪ାକର୍ମୀଙ୍କ ହତ୍ୟା କରାଯାଇଥିବା ସୂଚନା ଦେଇଛି ଗୃହ ମନ୍ତ୍ରଣାଳୟ ।

Get real time updates directly on you device, subscribe now.