fbpx
BSKY
BJD YOUTH SKY
BJD MS SKY

ଆପଣାନ୍ତୁ ଏହି ୧୧ ସୂତ୍ରୀ ଫର୍ମୂଲା: କ୍ୟାରିୟରରେ ମିଳିବ ଅପରମ୍ପାର ସଫଳତା

ନୂଆଦିଲ୍ଳୀ:  କ୍ୟାରିୟର ଏପରି ଏକ ଶବ୍ଦ ଯାହା ଆପଣ ଆପଣଙ୍କ କର୍ମମୟ ଜୀବନରେ କେତେ ସଫଳ ତାହା ନିର୍ଦ୍ଧାରଣ କରିଥାଏ । ତେବେ କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ସଂଜ୍ଞା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳିଥାଏ । ଆପଣ ନିଜର କର୍ମମୟ ଜୀବନରେ କଣ କରୁଛନ୍ତି, କିଭଳି କରୁଛନ୍ତି ଆପଣଙ୍କ ଉପରିସ୍ଥ ଅଧିକାରୀ ତଥା ବସ୍ ଆପଣଙ୍କୁ ପ୍ରଶଂସା ବା ନିନ୍ଦା କରନ୍ତୁ ଏହାକୁ ନେଇ କ୍ୟାରିୟର ନିର୍ଦ୍ଧାରିତ ହୋଇଥାଏ । କ୍ୟାରିୟରରେ ସଫଳତାର ସଂଜ୍ଞା ସମସ୍ତଙ୍କ ପାଇଁ ଭିନ୍ନ । ତେବେ ଆସନ୍ତୁ ଜାଣି ରଖିବା କ୍ୟାରିୟରରେ ସଫଳତା ପାଇଁ କେଉଁ ୧୧ଟି ଜିନିଷ ନିହାତି ଆବଶ୍ୟକ ।

୧. ବୁଦ୍ଧିମତାର ସହ ପେଶା ଚୟନ :

କୌଣସି ବି କ୍ୟାରିୟର ଚୟନ କରିବା ପୂର୍ବରୁ ଏହି ପ୍ରଶ୍ନ ଆପଣ ନିଜକୁ ପଚାରନ୍ତୁ । କଣ ମୁଁ ଏହି କାମ ପୁରା ଦିନ, ପ୍ରତିଦିନ ଏବଂ କିଛି ବର୍ଷ ଲଗାତାର ଭାବରେ କରି ପାରିବି? ଯଦି ହଁ ତେବେ ଆପଣ ଆଗକୁ ବଢି ପାରନ୍ତି । ଏହା ସହିତ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ବୁଦ୍ଧିମତାକୁ ସୁହାଉଥିବା କାମକୁ ସର୍ବଦା ପ୍ରାଧାନ୍ୟ ଦିଅନ୍ତୁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ମୂଲ୍ୟାୟନ କରନ୍ତୁ ଏବଂ ଆଗକୁ ବଢନ୍ତୁ ।

୨. ଅନ୍ୟମାନଙ୍କୁ ଦିଅନ୍ତୁନି କ୍ୟାରିୟର ଚୟନର ଅଧିକାର :

ସର୍ବଦା ଆଣଙ୍କୁ ବିଭିନ୍ନ ପେଶା ସମ୍ପର୍କରେ ପରାମର୍ଶ ମିଳିଥାଏ । ତେବେ ଏପରି ପରାମର୍ଶ ଓ ପରାମର୍ଶଦାତାଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ୟ କେହି ଏକ ସଫଳ କ୍ୟାରିୟର ହାସଲ କରିଥିବା ବେଳେ ଆପଣ ସମାନ କ୍ୟାରିୟରରେ ସମାନ ସଫଳତା ପାଇବେ ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ୍ । କ୍ୟାରିୟର ଚୟନ ସର୍ବଦା ବ୍ୟକ୍ତିଗତ ନିଷ୍ପତ୍ତି ହେବା ଉଚିତ୍ ଏବଂ ଏହାଦ୍ୱାରା ଆପଣଙ୍କୁ ଆତ୍ମସନ୍ତୁଷ୍ଟି ମଧ୍ୟ ମିଳିାପରିବ ।

୩. ନିଜ ସଫଳତାକୁ ମାପନ୍ତୁ :

ସଫଳତ ଏପରି ଏକ ଶବ୍ଦ ଯାହାର କୌଣସି ବିଦ୍ଧିବଦ୍ଧ ସଂଜ୍ଞା ନାହିଁ । ତେବେ ବ୍ୟକ୍ତିଗତ ଭାବରେ ଆଣ କିଭଳି ଉନ୍ନତି ହାସଲ କରୁଛନ୍ତି ତାହାର ହିସାବ ରଖିବା ଉଚିତ୍ । ଏପରି କରିବା ଦ୍ୱାରା ଆଗକୁ ବଢିବା ପାଇଁ ଉୁକ୍ତ ୍େରରଣା ମିଳିଥାଏ । ବେଳେବେଳେ ଆପଣ ଗୋଟିଏ ଦିନର କାମକୁ ସଫଳତା ବୋଲି ବିବେଚନା କରିାରନ୍ତି କିନ୍ତୁ ମାସ/ବର୍ଷର ପ୍ରଦର୍ଶନ ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରି ପାରିନଥାଏ । ନିଜର ଲକ୍ଷ୍ୟ ସ୍ଥଳ ଚୟନ କରି ଆପଣ କେତେ ଆଗକୁ ବଢିଛନ୍ତି ତାହା ନିଜେ ହିସାବ କରନ୍ତୁ ।

୪. ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ:

ଆଣ ସବୁକିଛି ଜାଣି ଥାଇପାରନ୍ତି । ତେବେ ଅଧିକ ଅଭିଜ୍ଞତା ସହିତ ଅଧିକ ଜ୍ଞାନ ମିଳିଥାଏ । ତେଣୁ ନିଜଠାରୁ ଅଭିଜ୍ଞ ଲୋକଙ୍କୁ ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ । ଅଭିଜ୍ଞ ଲୋକଙ୍କ ସହାୟତାରେ ଆପଣ କ୍ୟାରିୟରରେ ଆଗକୁ ବଢିପାରିବେ । ଏହା ଦ୍ୱାରା କର୍ମକ୍ଷେତ୍ରରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଦୃଢ ହୋଇଥାଏ ।

 

୫. ଧନ୍ୟବାଦ :

ଧନ୍ୟବାଦ ଜ୍ଞାପନ କରିବା ଶିଖନ୍ତୁ । ଯଦି କୌଣସି ଉପରିସ୍ଥ ଅଧିକାରୀ ଆପଣଙ୍କୁ ସହାୟତା କରୁଛନ୍ତି ତେବେ ଆପଣ ଧନ୍ୟବାଦ ଜଣାନ୍ତୁ । ଏହା ସହିତ ଯଦି ଭବିଷ୍ୟତରେ ତାଙ୍କର କିଛି ସହାୟତା ଆବଶ୍ୟକ ପଡୁଛି ସହାୟତା କରନ୍ତୁ । ଏହା ଦ୍ୱାରା ଆପଣଙ୍କର ସମ୍ପର୍କ ବଢିଥାଏ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସହାୟକ ହୋଇଥାଏ ।

୬. ଭୁଲ୍ ସ୍ୱୀକାର କରନ୍ତୁ :

ସର୍ବଦା କାମ ସମୟରେ ହୋଇଥିବା ଭୁଲ୍କୁ ସ୍ୱୀକାର କରିନିଅନ୍ତୁ । ଜଣେ ଯେତେ ଚେଷ୍ଟା କଲେ ମଧ୍ୟ କାମ ସମୟରେ ଛୋଟ ଛୋଟ ଭୁଲ୍ ହୋଇାଇଥାଏ । ପ୍ରଥମରୁ ଏହି ଭୁଲ୍କୁ ଲୁଚାଇବାକୁ ସମସ୍ତେ ଚେଷ୍ଟା କରିଥାନ୍ତି । ତେବେ ନିଜ ଭୁଲ୍କୁ ଲୁଚାଇବା ପରିବର୍ତ୍ତେ ଏହାକୁ ସ୍ୱୀକାର କରନ୍ତୁ ଏବଂ ସଂଶୋଧନର ରାସ୍ତା ଖୋଜନ୍ତୁ ।

୭. ନିଜେ ହୁଅନ୍ତୁ ନିଜର ପ୍ରଶଂସକ :

ନିଜକୁ ଭଲପାଇବା ବା ସେଲ୍ଫ ଲଭ୍ ଏକ ଭଲ ଜିନିଷ । ଅନ୍ୟ କେହି ଆଣଙ୍କୁ ପ୍ରଶଂସା କରିବା ସର୍ବଦା ଖୁସି ଦେଇଥାଏ । ତେବେ ଯଦି ପ୍ରଶଂସା ମିଳୁନାହିଁ ନିଜକୁ ନିଜେ ପ୍ରଶଂସା କରି ଆଗକୁ ବଢନ୍ତୁ । କ୍ୟାରିୟରରେ ଉଚ୍ଚତମ ସେ।ପ।ନରେ ପହଞ୍ଚିବା ପାଇଁ ଏହା ସହାୟକ ହେବ ।

 

୮. ନିଜକୁ ନିରୁତ୍ସାହିତ କରନ୍ତୁ ନାହିଁ :

କର୍ମକ୍ଷେତ୍ରରେ ହେଉ ବା ଜୀବନରେ ଆପଣଙ୍କୁ ନିରୁତ୍ସାହିତ କରିବା ପାଇଁ ଲୋକଙ୍କର ଅଭାବ ନାହିଁ । ତେଣୁ ନିଜେ ନିଜକୁ ନିରୁତ୍ସାହିତ କରିବା ବନ୍ଦ କରନ୍ତୁ । ନିଜ ମନ ମଧ୍ୟରେ ଥିବା ବିଫଳ ହେବାର ଆଶଙ୍କାକୁ ଦୂର କରନ୍ତୁ । ଭୁଲ୍ କଲେ ସ୍ୱୀକାର କରନ୍ତୁ, ସୁଧାରନ୍ତୁ ଏବଂ ଆଗକୁ ବଢନ୍ତୁ ।

୯. ଅଟକିଥିବା ପରି ଅନୁଭବ କରନ୍ତୁ ନାହିଁ :

କ୍ୟାରିୟରରେ ଆପଣ ତେବି ସଫଳ ହୁଅନ୍ତୁ ନା କାହିଁକି ଏପରି ଏକ ସମୟ ଆସେ େତେବେଳେ ଆପଣ ନିଜର ବୃତ୍ତି ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଆପଣ ଗୋଟିଏ ସ୍ଥାନରେ ଅଟକିଥିବା ପରି ଅନୁଭବ କରନ୍ତି । କ୍ୟାରିୟର ପରିବର୍ତ୍ତନ ପାଇଁ ଆପଣଙ୍କ ନିକଟରେ ଏକାଧିକ କାରଣ ମଧ୍ୟ ରହିଥାଏ । ତେବେ ଏହା ପୂର୍ବରୁ ନିଜକୁ ପଚାରନ୍ତୁ ଏବଂ ଆଗକୁ ବଢନ୍ତୁ । ଯଦି ଆପଣ କୌଣସି ଯାଗାରେ ରହିବାକୁ ପସନ୍ଦ କରୁନଥାନ୍ତି ତାହେଲେ ଆଗକୁ ବଢନ୍ତୁ । ଆପଣ ଏକ ଗଛ ନୁହନ୍ତି ଯିଏକି କେବଳ ଗୋଟିଏ ସ୍ଥାନରେ ରହିବ ।

 

୧୦: ନକରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ :

କୌଣସି କାମ ଆରମ୍ଭ କରିବା ପୂର୍ବରୁ କିଛି ଲୋକ ଏହାର ନକରାତ୍ମକ ଦିଗ ସମ୍ପର୍କରେ ଚିନ୍ତା କରିଥାନ୍ତି । ଏପରି ହୁଅନ୍ତୁ ନାହିଁ ଏବଂ ଏପରି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ନକରାତ୍ମକ ଚିନ୍ତାଧାରା ଆପଣଙ୍କୁ ଦୁର୍ବଳ କରିଥାଏ । ଏହାଦ୍ୱାରା କେବଳ ଆପଣ ନୁହନ୍ତି ଆପଣଙ୍କ ଚତୁଃପଶ୍ୱର୍ରେ ଥିବା ଲୋକ ପ୍ରଭାବିତ ହୋଇଥାନ୍ତି । ତେବେ ସମସ୍ୟାକୁ ଡରିବା ପରିବର୍ତ୍ତେ ଏହାକୁ ସଫଳତାର ସହିତ ମୁକାବିଲା କରିବା ସମ୍ପର୍କରେ ଚିନ୍ତା କରନ୍ତୁ ।

୧୧. ଅଧିକ ଶୁଣନ୍ତୁ, କମ୍ କୁହନ୍ତୁ:

ଅଧିକ ଶୁଣିବା ଦ୍ୱାରା ଆପଣଙ୍କ ଜ୍ଞାନ ବୃଦ୍ଧି ହୋଇଥାଏ । ନିଜ କର୍ମକ୍ଷେତ୍ରରେ ମଧ୍ୟ ଆପଣ ସମାନ ଫଣ୍ଡା ଆପଣାନ୍ତୁ । କମ୍ କହୁଥିବା ଲୋକଙ୍କ କଥାକୁ ସମସ୍ତେ ଗୁରୁତର ସହ ନେଇଥାନ୍ତି । ତେଣୁ ଅନ୍ୟମାନଙ୍କ କଥାକୁ ଧ୍ୟାନର ସହିତ ଶୁଣନ୍ତୁ ଏବଂ ନିଜ ସମୟ ଆସିଲେ ଉତ୍ତର ଦିଅନ୍ତୁ ।

Get real time updates directly on you device, subscribe now.