fbpx

୫ ମହିଳାଙ୍କୁ ଗର୍ଭବତୀ କଲା ଏଲିୟନ୍ସ: ଜାଣନ୍ତୁ କଣ ରହିଛି ସତ୍ୟତା

ନୂଆଦିଲ୍ଳୀ: ମହିଳାଙ୍କୁ ଗର୍ଭବତୀ କରୁଛନ୍ତି ଏଲିୟନ୍ସ । ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏବେ ଏମିତି କିଛି ଖବର ସାମ୍ନାକୁ ଆସିଛି ଏବଂ ଏହା ସତ । ଏଲିୟନ୍ସ ଦ୍ୱାରା ୫ ଜଣ ମହିଳା ପ୍ରେଗନେଣ୍ଟ ହୋଇଥିବା ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଲିୟନ୍ସକୁ ନେଇ ସବୁବେଳେ ମନରେ ଉତ୍କଣ୍ଠା ରହୁଥିବା ବେଳେ ଏହା ମନୁଷ୍ୟ କଳ୍ପନାର ଏକ ଅଂଶ ବୋଲି ଦାବି କରାଯାଏ । ଅନ୍ୟ ଏକ ଦୁନିଆରେ ଲୋକେ ରୁହନ୍ତି ଓ ଏଲିୟନ୍ସ ରହୁଥିବା ଅନେକ ଲୋକେ ଭାବନ୍ତି । ଲମ୍ବା ସମୟ ଧରି ଏସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ତା ସହ ଏହି ଚର୍ଚ୍ଚା ସାମିଲ ହୋଇଛି । ପୂର୍ବରୁ ଅନେକ ଖବର ଆସିଛି, ଯେଉଁଠି ଏମିତି କିଚି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଲିୟନ୍ସଙ୍କୁ ଦେଖିଥିବା ଦାବି କରନ୍ତି ।

ହେଲେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ସେଥିପାଇଁ ଏ ସମସ୍ତ ଉକ୍ତିକୁ ମିଛ ଭାବି ଏଡାଇ ଦିଆ ଯାଏ ।  ବିଗତ ଦିନରେ ଆମେରିକାର ଅନେକ ବରିଷ୍ଠ ଅଧିକାରୀ ଏଲିୟନ୍ସକୁ ନେଇ ଅନେକ ଗୁପ୍ତ ତଥ୍ୟ ଦୁନିଆ ସାମ୍ନାକୁ ଆଣିଛନ୍ତି । ଆଉ ଏବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହି କାହାଣୀ ପଛରେ ସତ୍ୟତା ଥିବା ପରି ମନେ ହେଉଛି । କାରଣ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏଲିୟନ୍ସ ମାନେ କୁଆଡେ ପୃଥିବୀର ମହିଳାଙ୍କୁ ଗର୍ଭବତୀ କରିବା ଠାରୁ ଆରମ୍ଭ କରି ନିଜ ଗ୍ରହ ମଧ୍ୟ ବୁଲାଇ ନେଇଛନ୍ତି । ଏହି ଫାଇଲସକୁ ଡିଫେନ୍ସ ଇଂଟେଲିଜେନ୍ସ ଏଜେନ୍ସି ଦ୍ୱାରା ଫ୍ରିଡମ ଅଫ ଇନଫର୍ମେସନ ରିକ୍ୱେଷ୍ଟରେ ରିଲିଜ କରାଯାଇଛି ।

ଆଉ ଏଲିୟନ୍ସ ୫ ଜଣ ମହିଳାଙ୍କୁ ପ୍ରେଗନଣ୍ଟ କରିଥିବା ଏଥିରେ ଉଲ୍ଲେଖ ରହିଛି । ଯଦି ରିପୋର୍ଟକୁ ଦେଖିବା ତେବେ ଏଲିୟନ୍ସ କିମ୍ବା ୟୁଏଫଓ ସହ ସଂପର୍କରେ ରହିବା ମନୁଷ୍ୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଥାଏ । ଯେତେ ବି ମାମଲା ସାମ୍ନାକୁ ଆସିଛି, ସେଥିରେ ମନୁଷ୍ୟକୁ କ୍ଷତି ହିଁ କେବଳ ପହଂଚିଛି । ସେମାନଙ୍କ ମଧ୍ୟରୁ କିଛି ୟୁଏଫଓରୁ ଆସୁଥିବା ରେଡିଏସନ ପାଇଁ ଜଳି ଯାଇଛନ୍ତି ତ ଆଉ କିଛି ବ୍ରେନ ଡ୍ୟାମେଜ ଓ ନର୍ଭସ ସିଷ୍ଟମରେ ସମସ୍ୟାର ସାମ୍ନା କରିଛନ୍ତି ।

Get real time updates directly on you device, subscribe now.