fbpx
BSKY SKY
BSKY SKY

ଏକ ବିରଳ ଘଟଣା! ଏକ ସଙ୍ଗେ ୫ ଜଣ ଶିଶୁଙ୍କୁ ଜନ୍ମଦେଲେ ଜଣେ ମହିଳା

BSKY

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ ସହଜରେ କେହି ବିଶ୍ୱାସ କରିପାରନ୍ତି ନାହିଁ । ତେବେ ଏହା ମଧ୍ୟରେ ବିହାରରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଜଣେ ମହିଳା ଏକ ସଙ୍ଗେ ୫ ଜଣ ଶିଶୁଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ରାଜ୍ୟର କିଶନଗଞ୍ଜର ତାହେରା ବେଗମ ନାମକ ଜଣେ ମହିଳା ବିନା ଅସ୍ତ୍ରୋପଚାରରେ ଏହି ସମସ୍ତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଶିଶୁମାନେ ସମସ୍ତେ ଏବେ ସୁସ୍ଥ ରହିଥିବା ବେଳେ ସେମାନଙ୍କର ଓଜନ ଏକ କେଜିରୁ କମ୍ ରହିଥିବା ଜଣାପଡ଼ିଛି ।

ମହିଳା ଜଣଙ୍କ ଗୋଟିଏ ପରେ ଗୋଟିଏ ଏପରି ଭାବେ ୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ଦେଖି ନର୍ସିଂହୋମର ଡାକ୍ତର ଓ କର୍ମଚାରୀମାନେ ଚକିତ ହୋଇଯାଇଥିଲେ । ମହିଳାଙ୍କର ଘର କନକପୁର ପଞ୍ଚାୟତ ଅନ୍ତର୍ଗତ ଜାଲ ମିଲିକ ଗାଁରେ । ପୂର୍ବରୁ ତାହେରାଙ୍କ ଗୋଟିଏ ପୁଅ ଥିବା ତାଙ୍କର ସମ୍ପର୍କୀୟ କହିଛନ୍ତି । ତାହେରା ପୂର୍ବରୁ ଅଲଟ୍ରାସାଉଣ୍ଡ କରିଥିବା ବେଳେ ତାଙ୍କ ଗର୍ଭରେ ୪ ଶିଶୁ ରହିଥିବା ଡାକ୍ତର କହିଥିଲେ । ମହିଳାଙ୍କର ବୟସ ଏବେ ୨୭ ବର୍ଷ ହୋଇଥିବା ବେଳେ ପ୍ରସବ ବେଦନା ହେବାରୁ ତାଙ୍କୁ କିଶନଗଞ୍ଜ ନିକଟସ୍ଥ ଏକ ନର୍ସିଂହେମାରେ ଭର୍ତ୍ତ କରାଯାଇଥିଲା । ତେବେ ୫ କନ୍ୟା ସନ୍ତାନଙ୍କୁ ପରିବାରବର୍ଗ ସ୍ୱାଗତ କରିବା ସହିତ ଖୁସି ମନାଇଛନ୍ତି । ଶିଶୁମାନଙ୍କର ଓଜନ ୭୫୦-୮୦୦ ଗ୍ରାମ ମଧ୍ୟରେ ରହିଥିବା ବେଳେ ସେମାନଙ୍କୁ ଏବେ ଏନଆଇସିୟୁ ୱାର୍ଡରେ ରଖାଯାଇଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.