fbpx
BSKY SKY
BSKY SKY

ଭୁବନେଶ୍ୱରରେ ନିର୍ମାଣ ହେବ ୨ ନୂଆ ଫୁଟ୍ ଓଭରବ୍ରିଜ୍: ଗଡ଼କରୀଙ୍କୁ ଭେଟିବା ପରେ ସୂଚନା ଦେଲେ ଅପରାଜିତା 

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସାକ୍ଷାତକାର ପରେ ଭୁବନେଶ୍ୱରରେ ୨ଟି ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ମଞ୍ଜୁରୀ ଦେଇଥିବା ନେଇ ଭୁବନେଶ୍ୱର ସାଂସଦ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରର କସମୋପଲିସ୍ ଛକରେ ଜାତୀୟ ରାଜପଥ ଉପରେ ୨୦ କୋଟି ବ୍ୟୟରେ ନିର୍ମାଣ ହେବ ଫ୍ଲାଇଓଭର । କ୍ରାଉନ ହୋଟେଲ ଏବଂ ସତସଙ୍ଗ ବିହାର ଠାରେ ୩ କୋଟି ୨୨ ଲକ୍ଷ ବ୍ୟୟରେ ହେବ ଫୁଟ୍ ଓଭରବ୍ରିଜ୍ । ସେହିପରି କ୍ୟାପିଟାଲ ରିଜିଅନ୍ ରିଂରୋଡକୁ ମଧ୍ୟ ମଞ୍ଜୁରୀ ମିଳିଛି । ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ଏହି ବାଇପାସ୍ ରୋଡ୍ ଏବଂ ଏଥିପାଇଁ ପାଇଁ ଖର୍ଚ୍ଚ ହେବ ୫୭୪୪ କୋଟି । ଏହି ସବୁ ପ୍ରକଳ୍ପରେ ସମୁଦାୟ ୫୭୬୭ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଭୁବନେଶ୍ୱର ସାଂସଦ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ଅସୁବିଧା ଏବଂ ଆବଶ୍ୟକତାକୁ ନେଇ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଏହି ସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ପ୍ରକଳ୍ପ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ ସାଂସଦ । ଏହି କାର୍ଯ୍ୟକ୍ରମ ପାଇଁ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.