fbpx

Video: ସୁପର ସଣ୍ଡେରେ ଫାଇଟ ହେବ ଟାଇଟ, କୋଲକାତା ଗ୍ରାଉଣ୍ଡରେ ଭାରତକୁ ସାମ୍ନା କରିବ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ବିଶ୍ୱକପ୨୦୨୩ ନଭେମ୍ବର ୫ ତାରିଖ ରବିବାର ଦିନ ହେବାକୁ ଯାଉଛି । ସୁପର ସଣ୍ଡେରେ ହେବ ସୁପର ମ୍ୟାଚ । ସେଥିପାଇଁ ଲୋକେ ରବିବାରକୁ ଅପେକ୍ଷା କରି ରହିଛନ୍ତି । ଏଥର ବିଶ୍ୱକପ କଲକାତାର ଐତିହାସିକ ଇଡେନ ଗାର୍ଡ଼େନ ଗ୍ରାଉଣ୍ଡରେ ଖେଳ ଯିବ । ପଏଣ୍ଟ ଟେବୁଲର ଟପରେ ଥିବା ଭାରତୀୟ ଦଳକୁ ସାମ୍ନା କରିବ ଦକ୍ଷିଣ ଆଫ୍ରିକା । ଏହି ଫାଇଟ ପୁରା ଟାଇଟ ହେବ । ଏହି ମ୍ୟାଚ ପାଇଁ ପୂର୍ବରୁ ସବୁ ଟିକେଟ ବିକ୍ରି ହୋଇ ସାରିଛି । ଭାରତ ଓ ଦକ୍ଷିଣ ଆଫ୍ରିକାର ଧୂଆଁଧାର ଖେଳ ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ ଭିଡ଼ ଲାଗିବାର ସମ୍ଭାବନା ରହିଛି ।

ଆଇସିସି ୱାନ୍ ଡ଼େ’ ବିଶ୍ୱକପ ୨୦୨୩ରେ ଭାରତୀୟ କ୍ରିକେଟ ଦଳ ବହୁତ ଭଲ ଫର୍ମରେ ଅଛି । ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ୬ଟି ବିଜୟ ହାସଲ କରି ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି । ଏଭଳି ପରିସ୍ଥିତିରେ ସେ ଅବଶିଷ୍ଟ ମ୍ୟାଚରେ ବି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ବିଶେଷ କରି ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଅତ୍ୟନ୍ତ ଚମତ୍କାର ହୋଇଛି । ଟୁର୍ଣ୍ଣାମେଣ୍ଟରେ କୋହଲିଙ୍କ ବ୍ୟାଟ ବହୁତ ଭଲ ପ୍ରଦର୍ଶନ କରିଛି । ସେ ବାଂଲାଦେଶ ବିପକ୍ଷରେ ଏକ ଭଲ ଶତକ ହାସଲ କରିଥିଲେ । ସେ ୱାନ୍ ଡେ’ରେ ୪୮ ଶତାବ୍ଦୀ ପୂରଣ କରିଛନ୍ତି । ଆସନ୍ତା କିଛି ମ୍ୟାଚ ପରେ ସେ ସଚିନଙ୍କ ଶତାବ୍ଦୀର ରେକର୍ଡ ସହ ସମାନ ହେବେ ବୋଲି ଆଶା କରାଯାଉଛି ।

ତେବେ ନଭେମ୍ବର ୫ ତାରିଖରେ କୋହଲିଙ୍କ ଜନ୍ମଦିନ ଅଛି । ଏହି ଦିନ ସେ ଶତକ ହାସଲ କରି ଫ୍ୟାନ୍ସମାନଙ୍କ ସହ ୩୫ ତମ ଜନ୍ମଦିନ ସେଲିବ୍ରେଟ କରିବେ ବୋଲି କୁହାଯାଉଛି । ତାଙ୍କ ଜନ୍ମଦିନରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ଗ୍ରାଉଣ୍ଡରେ କୋହଲିଙ୍କ ମାସ୍କ ମାଗଣାରେ ବଣ୍ଟନ କରାଯିବାର ଯୋଜନା ରହିଛି । ପାଖାପାଖି ୭୦ ହଜାର ଦର୍ଶକ କୋହଲିଙ୍କ ମାସ୍କ ପିନ୍ଧି ମ୍ୟାଚ ଦେଖିବେ ବୋଲି ଅନୁମାନ କରାଯାଉଛି । ମାସ୍କ ବଣ୍ଟନ ବ୍ୟତୀତ ମ୍ୟାଚ ପୂର୍ବରୁ ଏକ କେକ କାଟି କୋହଲିଙ୍କୁ ଏକ ସ୍ମୃତିଚାରଣ ସହିତ ସମ୍ମାନିତ କରିବାକୁ ଯୋଜନା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ସଭାପତି ସ୍ନେହାଶିଶ ଗାଙ୍ଗୁଲି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଆମେ ଆଇସିସିରୁ ଅନୁମୋଦନ ପାଇବାକୁ ଆଶା କରୁଛୁ । ଯଦି ଆଇସିସିରୁ ଅନୁମେଦନ ମିଳେ ତେବେ ଆମେ ବିରାଟଙ୍କ ପାଇଁ ଏହି ଦିନକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛୁ ।

Get real time updates directly on you device, subscribe now.