fbpx
BJD SKY
BJD SKY

Nano କେସରେ ଟାଟାର ବଡ଼ ବିଜୟ: ପଶ୍ଚିମବଙ୍ଗ ସରକାର ଦେବେ ୭୬୬ କୋଟି ଟଙ୍କାର କ୍ଷତିପୂରଣ

BJD

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସିଙ୍ଗୁରରେ ଟାଟା ମୋଟର୍ସର ନାନୋ ପ୍ଲାଣ୍ଟ ସ୍ଥାପନ ନେଇ ମମତା ବାନାର୍ଜୀଙ୍କ ପୂର୍ବରୁ କ୍ଷମତାରେ ଥିବା ବାମପନ୍ଥୀ ସରକାର ଅନୁମତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଅଧିନରେ ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ ନାନୋ କାର ନିର୍ମାଣ ପାଇଁ କାରଖାନା ନିର୍ମାଣ ହୋଇଥାନ୍ତା । ମାତ୍ର ରାଜ୍ୟରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରକଳ୍ପକୁ ବିରୋଧ କରିବା ସହ ରାଜ୍ୟରେ ତାହାକୁ ବନ୍ଦ କରିଦେଇଥିଲେ ।

ତେବେ ନାନୋ ମାମଲାରେ ଟାଟା ଗ୍ରୁପକୁ ଏକ ବଡ଼ ବିଜୟ ମିଳିଛି । ପୁରୁଣା ସିଙ୍ଗୁର ଜମି ବିବାଦରେ ପଶ୍ଚିମବଙ୍ଗ ସରକାର ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସକୁ ୭୬୬ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବେ । ମମତା ବିରୋଧୀ ଦଳରେ ରହିଥିବା ବେଳେ ଟାଟାର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିବା ବେଳେ ନିଜ ଦଳ କ୍ଷମତାକୁ ଆସିବା ପରେ ଟାଟାକୁ ଏକ ବଡ଼ ଝଟକା ଦେଇଥିଲେ ।

ମମତା ବାନାର୍ଜୀଙ୍କ ସରକାର ଏକ ଆଇନ ତିଆରି କରି ସିଙ୍ଗୁରର ପାଖାପାଖି ୧୦୦୦ ଏକର ଜମିକୁ ୧୩ ହଜାର କୃଷକଙ୍କୁ ଫେରସ୍ତ ପାଇଁ ନିଷ୍ପତ୍ତି ନେଇଥିଲେ । ନାନୋ କାରଖାନା ବସାଇବା ପାଇଁ ଟାଟା ଉକ୍ତ ଜମି ଅଧିଗ୍ରହଣ କରିଥିଲା । ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ଫଳରେ ଟାଟା ମୋଟର୍ସକୁ ନିଜର ନାନୋ ପ୍ଲାଣ୍ଟ ଗୁଜରାଟକୁ ଶିଫ୍ଟ କରିବାକୁ ପଡ଼ିଥିଲା । ଏହି ପ୍ରକଳ୍ପର କ୍ଷତିପୂରଣ ପାଇଁ ଟାଟା ପକ୍ଷରୁ ପଶ୍ଚିମବଙ୍ଗର ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ ବିଭାଗର ପ୍ରମୁଖ ନୋଡାଲ ଏଜେନ୍ସି ପଶ୍ଚିମବଙ୍ଗ ଶିଳ୍ପ ବିକାଶ ନିଗମ (ଡବ୍ଲୁବିଆଇଡିସି)ଙ୍କ ନିକଟରେ କ୍ଷତିପୂରଣ ପାଇଁ ଦାବି କରିଥିଲା । ୩ ସଦସ୍ୟ ବିଶିଷ୍ଟ ନ୍ୟାୟାଧିକରଣ ଟାଟା ସପକ୍ଷରେ ନିଷ୍ପତ୍ତି ଶୁଣାଇଥିବା ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.