fbpx

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଲୱେର ନିଷ୍ପତ୍ତି, ଦିଲ୍ଲୀ – ପାଟନା ପାଇଁ ଚାଲିବ ସ୍ପେସାଲ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ : ପର୍ବ ସମୟରେ ଯାତ୍ରୀମାନଙ୍କ ଭିଡ ଦେଖି ଭାରତୀୟ ରେଳ ସ୍ପେସାଲ ଟ୍ରେନ ଚଳାଚଳ କରିବା ପାଇଁ ନିସ୍ପତି ନେଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଦୀପାବଳୀ ଏବଂ ଛଟପୂଜାକୁ ଘରକୁ ଯାଉଥିବା ଯାତ୍ରୀ ମାନଙ୍କ ପାଇଁ ପ୍ରଥମ ଥର ଏହି ସ୍ପେସାଲ ଟ୍ରେନ ଚଳାଚଳ କରୁଛି । ନୂଆଦିଲ୍ଲୀ-ପାଟନା ପାଇଁ ଏହି ସ୍ପେସାଲ ଟ୍ରେନ ଚଳାଚଳ କରାଯିବ । ୧୬ ଟି କୋଚ ଥିବା ଏହି ବନ୍ଦେ ଭାରତ ଏକପ୍ରେସ ୧୧ ଘଣ୍ଟାରେ ଦିଲ୍ଲୀରୁ ପାଟନା ଯାତ୍ରା କରିବ ।

ରେଲୱେ ଅନୁସାରେ ଛଟ ପୂଜା ପାଇଁ ଦିଲ୍ଲୀରୁ ପାଟଣା ଯିବା ପାଇଁ ଲକ୍ଷ ଲକ୍ଷ ଯାତ୍ରୀ ଅପେକ୍ଷା କରିଛନ୍ତି । ପ୍ରତି ବର୍ଷ ତାଙ୍କ ପାଇଁ ରେଲୱେ ସ୍ପେସାଲ ଟ୍ରେନର ବ୍ୟବସ୍ଥା କରିଥାଏ । ଚଳିତ ବର୍ଷ ମଧ୍ୟ ୫୨ ଟି ସ୍ପେସାଲ ଟ୍ରେନ ପାଇଁ ତାଙ୍କୁ ମଞ୍ଜୁରୀ ମିଳି ସାରିଛି । ଏହି ଟ୍ରେନ ଦୁଇ ଦେଶରୁ ୫୨୨ ଥର ଯିବା ଆସିବା କରିବ । ପାଖା ପାଖି ୧୦ ଲକ୍ଷ ଲୋକଙ୍କ ପାଇଁ ଏଥିରେ ସିଟ ବ୍ୟବସ୍ଥା କରାଯାଇଛି । ଏହା ସହିତ କିଛି ଅନ୍ୟ ଟ୍ରେନ ଚଳାଚଳର ବ୍ୟବସ୍ଥା ମଧ୍ୟ କରାଯାଇଛି । ବନ୍ଦେଭାରତ ଏକପ୍ରେସ ୧୧,୧୪ ଏବଂ ୧୬ ନଭେମ୍ବରରେ ନୂଆଦିଲ୍ଲୀରୁ ସକାଳ ୭.୨୫ରୁ ବାହାରି ସନ୍ଧ୍ୟା ୭ ଟାରେ ପାଟନାରେ ପହଞ୍ଚିବ । ୯୯୪ କିଲୋମିଟରର ରାସ୍ତାକୁ ଏହା ୧୧ ଘଣ୍ଟାରେ ପାର କରିବ । ଏବଂ ୧୨, ୧୫, ଏବଂ ୧୭ରୁ ପାଟନାରୁ ସକାଳ ୭.୩୦ରେ ବାହାରି ୭ ଟା ବେଳେ ଏହା ନୂଆ ଦିଲ୍ଲୀରେ ପହଞ୍ଚିବ । ଏହା ଦ୍ୱାରା ଏହି ବନ୍ଦେଭାରତ ଏକ୍ସପ୍ରେସ ପ୍ରୟାଗରାଜ ଜଙ୍କସନରେ ୫ ମିନିଟ ଏବଂ ଅନ୍ୟ ଷ୍ଟେସନରେ ୨ ମିନିଟ ରହିବ ।

Get real time updates directly on you device, subscribe now.